ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦନ୍ତା ଆକ୍ରମଣରେ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର, ଶୌଚ ପାଇଁ ଯାଇଥିବା ବେଳେ ହାବୁଡରେ ପଡିଗଲେ

26/09/2022 at 1:01 PM

କାମାକ୍ଷାନଗର ୨୬/୦୯: ଦନ୍ତାହାତୀ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରତର । ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ । ମୃତକ ଜଣକ ହେଉଛନ୍ତି ସେହି ସାହିର ରୁମା ବେହେରା ଓ ଗୁରୁତର ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ତାରା ବେହେରା ।

ସୂଚନା ମୁତାବକ ଉଭୟ ସ୍ୱାମୀ ସ୍ତ୍ରୀ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଆଜି ସକାଳେ ଯାଉଥିବା ବେଳେ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ । ତେବେ ଗୁରୁତର ଭାବେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା । ଗରୁତର ସ୍ତ୍ରୀ ତାରା ବେହେରାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତ୍ତର ଥିବା ଜଣାପଡିଛି ।

   Related Posts