ଭୁବନେଶ୍ବର ୧୫।୪: ମେ’ ପ୍ରଥମ ସପ୍ତାହରେ ଆସିବ ରାଜ୍ୟ ବିଜେପିର ସଂକଳ୍ପ ପତ୍ର । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଆଣିବ ରାଜ୍ୟ ବିଜେପି । କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦଳ ଜାରି କରିବ ଚାର୍ଜସିଟ୍ ।
ସେପଟେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ସେ କହିଛନ୍ତି, ୧୮ ତାରିଖ, ବହୁତ ଦିନ ଅଛି । ଏ ସମୟରେ ବହୁତ ପାଣି ମହାନଦୀ ଏବଂ ବୈତରଣୀରେ ବୋହିବ । ସମୟ ଅଛି, ଠିକ୍ ସମୟରେ ତାଲିକା ପ୍ରକାଶ ପାଇବ ବୋଲି ମନମୋହନ କରିଛନ୍ତି ।
You Can Read :
ଅସହ୍ୟ ତାତିରେ ଜଳିଲା ସାରା ରାଜ୍ୟ, ଦିନ ସାଢେ ୨ଟା ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ