ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

“ସଂଜୁ”ର ଟ୍ରେଲର ରିଲିଜ୍

1/06/2018 at 6:03 AM

ରିଲିଜ୍ ହୋଇଛି ୨୦୧୮ର ବହୁ ପ୍ରତିକ୍ଷିତ ଫିଲ୍ମ ସଂଜୁର ଟ୍ରେଲର । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ହୀରାନି ।ଟ୍ରେଲରରେ ମୁମ୍ବାଇ ବମ୍ବ ବ୍ଲାଷ୍ଟରୁ ଆରମ୍ଭ ହୋଇ ,ସଂଜୟଙ୍କ ଘରେ ଏ.କେ 56 ମିଳିବା, ପୋଲିସ୍-ର ଟରଚର୍, ଅଣ୍ଡରୱାଲର୍ଡ ସହିତ ଫ୍ରେଣ୍ଡସିପ୍ ଓ ଏହି ଫ୍ରେଣ୍ଡସିପ୍-ର ସାଇଡ୍ଇଫେକ୍ଟ, ଜେଲ୍, ଡ୍ରଗ୍ସ, ରିହାବ୍ ସେଣ୍ଟରରେ ଦରଦଭରା କାହାଣୀକୁ ଦର୍ଶାଯାଇଛି । ଫିଲ୍ମରେ ରଣବିର୍, ସଂଜୟଙ୍କ ୩୦୮ଟି ଗର୍ଲଫ୍ରେଣ୍ଡ ବିଷୟରେ ମଧ୍ୟ କହିଛନ୍ତି । ୱେଲ୍ ଯଦି ରଣବିର୍-ଙ୍କ ଅଭିନୟ ବିଷୟରେ ଚର୍ଚ୍ଚା କରିବା ତେବେ, ଟ୍ରେଲରରେ କୌଣସି ଗୋଟିଏ ବି ସିନ୍-ରେ ଲାଗୁନି ଯେ, ରଣବିର୍ ଆକ୍ଟିଂ କରିଛନ୍ତି । ଲାଗୁଛି ସଂଜୟ ଦତ୍ତ ଯେମିତି ଖୋଦ୍ ନିଜ କାହଣୀ ବୟାନ୍ କରୁଛନ୍ତି…..ସଂଜୁ ଫିଲ୍ମକୁ ପ୍ରଡ୍ୟୁସ୍ କରିଛନ୍ତି ବିଧୁ ବିନୋଦ୍ ଚୋପ୍ରା ଓ ରାଜକୁମାର ହୀରାନି । ଫିଲ୍ମକୁ ଲେଖିଛନ୍ତି ରାଜକୁମାର ହୀରାନି ଓ ଅଭିଜାତ୍ ଯୋଶୀ ।ଫିଲ୍ମରେ ରଣବିର୍ କପୁର ବ୍ୟତିତ , ପରେଶ୍ ରାୱଲ୍, ମନିଷା କୋଇରାଲା, ସୋନମ୍ କପୁର, ଦିୟା ମିର୍ଜା, ଅନୁଷ୍କା ଶର୍ମା ଓ ବିକି କୌଶଲ୍ ମଧ୍ୟ ଅଭିନୟ କରିଛନ୍ତି । ସଂଜୁରେ ପରେଶ୍ ରାୱଲ୍ ସଂଜୟ ଦତ୍ତଙ୍କ ପିତା ସୁନିଲ୍ ଦତ୍ତ ଚରିତ୍ରରେ ଅଭିନୟ କରିଥିବା ବେଳେ ମନିଷା କୋଇରାଲା ନର୍ଗିସ୍ଙ୍କୁ ପରଦାରେ ପେଶ୍ କରିଛନ୍ତି । ଫିଲ୍ମରେ ଦିୟା ସଂଜୟଙ୍କ ପତ୍ନି ହୋଇଛନ୍ତି । ତେବେ ସଂଜୟ ଦତ୍ତଙ୍କ ଏହି ବାୟୋଗ୍ରାଫିକାଲ୍ ଫିଲ୍ମକୁ ନେଇ ରଣବିର୍ ବେଶ୍ ଆଶାବାଦୀ ଅଛନ୍ତି ।

Leave a Reply

   Related Posts