oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସଞ୍ଜୁ ସାମସନଙ୍କ ଖାସ୍ ରେକର୍ଡ, ରୋହିତ-କୋହଲିଙ୍କ କ୍ଲବରେ ହେଲେ ସାମିଲ

23/04/2022 at 10:49 AM

ନୂଆଦିଲ୍ଲୀ, ୨୩।୦୪ :   ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି । ସେ ଟି୨୦ କ୍ରିକେଟରେ ନିଜର ୫ ହଜାର ରନ୍ ପୂରଣ କରିଛନ୍ତି । ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ୧୧ ରନ୍ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ସାମସନଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଗୌତମ ଗମ୍ଭୀର ସମେତ ୧୨ ଜଣ ଖେଳାଳି ଉପଲବ୍ଧି ହାସଲ କରିଛନ୍ତି । କେରଳରେ ରହୁଥିବା ସଞ୍ଜୁ ଏବେ ୨୦୫ ଟି୨୦ରେ ୫୦୩୫ ରନ୍ ହାସଲ କରିଛନ୍ତି । ଏଥିରେ ୩ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ଅଛି । ଏହାସହ ସେ ୩୯୪ ଚଉକା ଓ ୨୨୧ ଛକା ଲଗାଇଛନ୍ତି ।

ସଞ୍ଜୁଙ୍କ ଦମଦାର ପାଳି

ଦିଲ୍ଲୀ ବିପକ୍ଷରେ ସେ ୧୯ ବଲରୁ ୪୬ ରନ୍ କରିଥିଲେ । ଏଥିରେ ୫ ଚଉକା ଓ ୩ ଛକା ରହିଥିଲା । ସଞ୍ଜୁ ଓ ବଟଲରଙ୍କ ପାଳି ପାଇଁ ଦଳ ୨୨୨ ରନ୍ ସ୍କୋର କରିପାରିଥିଲା । ଚଳିତ ଆଇପିଏଲରେ ଏହା କୌଣସି ଦଳର ସର୍ବାଧିକ ସ୍କୋର ଅଟେ ।

ସୂଚନାଯୋଗ୍ୟ, ଟି୨୦ କ୍ରିକେଟରେ ସର୍ବାଧିକ ରନ୍ କରିଛନ୍ତି କ୍ରିସ ଗେଲ୍ । ସେ ୪୬୩ ମ୍ୟାଚ୍ ଖେଳି ୧୪୫୬୨ ରନ୍ କରିଛନ୍ତି ।  ଏଥିରେ ୨୨ଟି ଶତକ ଓ ୮୮ ଅର୍ଦ୍ଧଶତକ ମଧ୍ୟ ରହିଛି । ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲିକ ରହିଛନ୍ତି । ସେ ୪୭୨ ମ୍ୟାଚରେ ୧୧୬୯୮ ରନ୍ କରିଛନ୍ତି ।

   Related Posts