୧୯ ବର୍ଷର ମ୍ୟାଚ୍‌ ଫିକ୍ସିଂ ମାମଲା , କ୍ରିକେଟ୍‌ ବୁକି ସଞ୍ଜୀବ ଚାୱଲାଙ୍କୁ ହେବ ଜେରା : ଲଣ୍ଡନରୁ ଅଣାଗଲା ଭାରତ

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ : ଖୋଲିବ ୧୯ ବର୍ଷ ତଳର ମ୍ୟାଚ୍ ଫିକ୍ସିଂର ଆଉ କିଛି ଗୁମର । ଦିଲ୍ଲୀ ପୁଲିସ୍‌ ଦୀର୍ଘ ଦିନରୁ ଚଳାଇଛି ପ୍ରୟାସ । ଆଉ ଏଥିପାଇଁ ଲଣ୍ଡନକୁ ଭାରତକୁ ଆଣିଛି ମ୍ୟାଚ୍‌ ଫିକ୍ସିଂର ବଡ଼ ମୁଣ୍ଡ କୁହାଯାଉଥିବା କ୍ରିକେଟ୍ ବୁକି ସଞ୍ଜିବ୍‌ ଚାୱଲାଙ୍କୁ।

ସୂଚନା ମୁତାବକ, ମ୍ୟାଚ୍‌ ଫିକ୍ସିଂ ମାମଲାରେ କ୍ରିକେଟ୍‌ ବୁକି ସଞ୍ଜିବ୍‌ ଚାୱଲାଙ୍କୁ ହେବ ଜେରା । ପ୍ରତ୍ୟର୍ପଣ ନିୟମ ଅନୁଯାୟୀ ଦିଲ୍ଲୀ ପୁଲିସ୍‌ ଦ୍ୱାରା ତାଙ୍କୁ ଲଣ୍ଡନରୁ ଭାରତ ଅଣାଯାଇଛି। ୨୦୦୦ ମସିହାରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମନାକୁ ଆସିଥିଲା । ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ସଞ୍ଜିବ୍‌ ଚାୱଲାଙ୍କ ବିରୁଦ୍ଧରେ ୨୦୧୩ ମସିହାରେ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା । ଯେଉଁଥିରେ ପୁଲିସ୍‌ ସମୁଦାୟ ୬ଜଣଙ୍କୁ ଦୋଷୀ କରିଥିଲା ।  ସେଥିରେ ସଞ୍ଜିବ୍‌ ଚାୱଲା ଥିଲେ ଅନ୍ୟତମ ।

ସଞ୍ଜିବ୍‌ ଚାୱଲାଙ୍କ ପ୍ରତ୍ୟର୍ପଣକୁ ନେଇ ଦିଲ୍ଲୀ ପୁଲିସ୍‌ ଟିମ୍‌ ଲଣ୍ଡନରେ ସବୁ ଔପଚାରିକତା ଶେଷ କରିଥିଲା । ତାପରେ ତାଙ୍କୁ ଦିଲ୍ଲୀ ଆଣିବାରେ ସକ୍ଷମ ହୋଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ ।

ଉଲ୍ଲେଖନୀୟ ୟେ, ୨୦୦୦ମସିହା ୧୬ ଫେବ୍ରୁୟାରୀ ଓ ୨୦ ମାର୍ଚ୍ଚରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଫିକ୍ସିଂ ହୋଇଥିବା ଘଟଣା ଆସିଥିଲା ସାମନାକୁ । ଏନେଇ ଦିଲ୍ଲୀ ପୁଲିସ୍‌ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦିବଂଗତ ଅଧିନାୟକ ହାନ୍‌ସି କ୍ରୋନିଆ ଓ ଅନ୍ୟ ଜଣ ଖେଳାଳୀଙ୍କ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରିଥିଲା । ସାଉଥ୍‌ ଆଫ୍ରିକାର ଖେଳାଳି ହର୍ଶଲ୍‌ ଗିବ୍ସ ଓ  ନିକି ବୋଏଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବାରୁ ସେମାନଙ୍କ ନାଁ ଙ୍କୁ ଚାର୍ଜସିଟ୍‌ରୁ ହଟାଇ ଦିଆଯାଇଥିଲା ।

୨୦୧୩ରେ ଦିଲ୍ଲୀ ପୁଲିସ୍‌ ଏହି ଚାର୍ଜସିଟ୍‌ ଦାଖଲ କରିଥିଲା । ଏଥିରେ  ହାନ୍‌ସି କ୍ରୋନିଆ, ବୁକି ସଂଜୀବ ଚାୱଲା ,  ମନମୋହନ ଖଟ୍ଟର  ଦିଲ୍ଲୀର ରାଜେଶ କାଲରା ଓ ସୁନିଲ୍‌ ଦାରା ସହ  ଟି-ସିରିଜ୍‌ ମାଲିକଙ୍କ ଭାଇ କୃଷ୍ଣ କୁମାରଙ୍କୁ ଦୋଷୀ କରାଯାଇଥିଲା । ଏହା ପରେ ପୁଲିସ୍‌ ସେଦିନ ଠାରୁ ସଂଜୀବ ଚାୱଲାଙ୍କୁ ଭାରତ ଆଣିବାକୁ ପ୍ରୟାସ କରୁଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.