ସଞ୍ଜୟ ଦତ୍ତ କିଣିଛନ୍ତି ନୂଆ ମର୍ସଡିଜ୍ କାର, ଏଥିରେ ରହିଛି ୯ ଗିୟର ଓ ଡୋର ବନ୍ଦ ଲାଗି ଅଟୋମେଟିକ୍ ବଟନ୍

Published By : Prameya-News7 Bureau | September 22, 2022 IST

ମୁମ୍ବାଇ ୨୨।୯: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ କାର କଲେକ୍ସନରେ ଏକ ନୂଆ ପ୍ରିମିୟମ କାର ସାମିଲ ହୋଇଛି। ଏହି କାରର ନାମ ମର୍ସଡିଜ୍-ମେବ୍ୟାକ୍। ଭାରତରେ ହ୍ୱାଇଟ୍ କଲରରେ ମିଳୁଥିବା ଏହି କାରର ମୂଲ୍ୟ ୩ କୋଟି ଟଙ୍କା ଓ ଏଥିରେ ଅଟୋମ୍ୟାଟିକ୍ ୯ ଗିୟରବକ୍ସ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ମର୍ସଡିଜ୍ ମେବ୍ୟାକ୍-ଏସ୍୫୮୦ ବର୍ତ୍ତମାନ ସମୟରେ ଭାରତରେ ଉପଲବ୍ଧ ଏକ ମାତ୍ର ପ୍ରିମିୟମ ଓ ଦାମୀ କାର।

ସଞ୍ଜାୟ ଦତ୍ତ ଜଣେ କାର ସୌକିନ ଲୋକ। ତାଙ୍କ କାର କଲେକ୍ସନରେ ଏକକୁ ବଳି ଏକ ମହଙ୍ଗା ଓ ହାଇଟେକ୍ କାର ରହିଛି। ନିକଟରେ ସଞ୍ଜୟ ଦତ୍ତଙ୍କୁ ତାଙ୍କ ନୂଆ କାର ସହ ଏୟାରପୋର୍ଟରେ ସ୍ପଟ  କରାଯାଇଥିଲା।  ସେ ଆସିଥିବା କାରଟି ଏକ ସେଡାନ କାର। ମର୍ସଡିଜ୍ ମେବ୍ୟାକ୍ ଏସ୍ ୫୮୦ର ଅନ ରୋଡ ପ୍ରାଇସ୍ ୩ କୋଟି ଟଙ୍କା। ଯଦି ଏହି କାରର ତୁଳନା ମର୍ସଡିଜ୍‌ର ଷ୍ଟାଣ୍ଡାର୍ଡ ଭର୍ସନ ମେବ୍ୟାକ୍‌ ସହ କରାଯିବ ତେବେ  ନୂଆ ଫିଚରର ଏକ ଲମ୍ବାଚୌଡା ସୂଚୀ ତିଆରି ହୋଇଯିବ।   

{"id":687087,"sizeSlug":"full","linkDestination":"none"}

ଭାରତୀୟ ବଜାରରେ ଉପଲବ୍ଧ ମର୍ସଡିଜ୍ ମେବ୍ୟାକ୍ ଏସ୍ ୫୮୦ର ଲମ୍ବା ୫.୫ ମିଟର। ଏହି କାରର ଫିଚରର କଥା ଉଠିଲେ ବ୍ୟାକ୍ ପାସେଞ୍ଜର ସିଟ୍‌ରେ ରିକ୍ଲାଇନ୍ ଅପ୍ସନ ରହିଛି। ଏହା ୧୯ ଡିଗ୍ରିରୁ ୪୪ ଡିଗ୍ରି ପର୍ଯ୍ୟନ୍ତ ରିକ୍ଲାଇନ ହୋଇପାରେ, ଯେଉଁଥିରେ ଲେଗରେଷ୍ଟ ମଧ୍ୟ ରହିଛି। କାରରେ ଡୋରମେନ୍‌ ନାମରେ ଏକ ବିକଳ୍ପ ମଧ୍ୟ ଦିଆଯାଇଛି। ଏଥିରେ ପଛ ସିଟ୍‌ରେ ବସିଥିବା ପାସେଞ୍ଜର ଡୋର ବନ୍ଦ କରିବା ଲାଗି ଏହାକୁ ଅପରେଟ କରିପାରିବେ। ଆଗ ସିଟ୍‌ରେ ବସିଥିବା ବ୍ୟକ୍ତି ମଧ୍ୟ ଏହାକୁ ଅପରେଟ କରିପାରିବ।

ମର୍ସଡିଜ୍ ମେବ୍ୟାକ୍-ଏସ୍ ୫୮୦ରେ ୪.୦ ଲିଟରର ଭି-୮ ଟ୍ୱିନ୍‌ ଟର୍ବୋଚାର୍ଜଡ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଯେଉଁଥିରେ ହାଇବ୍ରିଡ ଫିଚର୍ସ ମଧ୍ୟ ରହିଛି। ଏହି ଇଞ୍ଜିନ ୪୯୬ ବିଏଚପିର ପାୱାର ଓ ୭୦୦ଏନଏମର ପିକ୍ ଟର୍କ ଜେନେରେଟ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.