ବ୍ରହ୍ମଗିରିରେ ହାରିଲେ ସଞ୍ଜୟ ଦାସବର୍ମା, କଟକ-ବାରବାଟୀରୁ ହାରିଲେ ଦେବାଶିଷ ସାମନ୍ତରାୟ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର୨୩|୫: ସାଧାରଣ ନିର୍ବାଚନ ଫଳାଫଳ ରାଜ୍ୟରେ ବିଜେଡି ସପକ୍ଷରେ ଯାଇଛି । ବିଧାନସଭାରେ ବିଜେଡି ପ୍ରାର୍ଥୀମାନଙ୍କର ବିଜୟ ଅଭିଯାନ ଜାରି ରହିଛି । ତେବେ ବିଜେଡିକୁ  କିଛି ହେଭିଓ୍ବେଟଙ୍କୁ ହରାଇବାକୁ ପଡିଛି । ଏଥିରେ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେଡିର ଦମଦାର ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଲଳିତେନ୍ଦୁ ବିଦ୍ୟାଧରମହାପାତ୍ରଙ୍କଠାରୁ ପରାସ୍ତ ହୋଇଛନ୍ତି। ସ୍ବର୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ହେଉଛନ୍ତି ଲଳିତେନ୍ଦୁ। ସଞ୍ଜୟଙ୍କୁ ୮୫ ହଜାର ୩୬୦ଖଣ୍ଡ  ଭୋଟ ମିଳିଥିବା ବେଳେ ଲଳିତେନ୍ଦୁଙ୍କୁ ମିଳିଛି ୮୭ହଜାର ୯୯୩ଟି ଭୋଟ। ମାତ୍ର ୨ହଜାର ୫୭୩ ଭୋଟ ବ୍ୟବଧାନରେ ହାରିଛନ୍ତି ସଞ୍ଜୟ।

କେବଳ ସଞ୍ଜୟ ନୁହଁନ୍ତି କଟକ-ବାରବାଟୀରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ମହମ୍ମଦ ମୁକିମଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।  ମହମ୍ମଦ ମୁକିମଙ୍କୁ୪୯ହଜାର ୭୩୬ଟି ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ୪୬ ହଜାର ୬ଟି ଭୋଟ ପାଇଛନ୍ତି। ମାତ୍ର ୩ହଜାର ୭୩୦ଟି ଭୋଟ ବ୍ୟବଧାନରେ କଟକ-ବାରବାଟୀ ହରାଇଛନ୍ତି ଦେବାଶିଷ।ଏଠାରେ ବରିଷ୍ଠ ବିଜେପି ନେତା ସମୀର ଦେ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ। ତେବେ ତାଙ୍କୁ ମିଳିଛି ମାତ୍ର ୩୩ହଜାର ୩୯୭ଟି ଭୋଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.