ଆପ ନେତା ସଞ୍ଜୟ ସିଂହ ତିହାର ଜେଲରୁ ମୁକ୍ତ, ଅବକାରୀ ଦୁର୍ନୀତିରେ ୬ ମାସ ପରେ ମିଳିଲା ଜାମିନ୍

Published By : Prameya-News7 Bureau | April 03, 2024 IST

ନୂଆଦିଲ୍ଲୀ ୩।୪: ଆମ ଆଦମୀ ପାର୍ଟି (ଆପ)ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବୁଧବାର ସନ୍ଧ୍ୟାରେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ୬ ମାସ ପରେ ଜାମିନ ମିଳିଛି। ସେ ଜେଲରୁ ମୁକ୍ତ ହେବା ପରେ ସିଧା ସୁନିତା କେଜରିୱାଲଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରକୁ ଯାଇଛନ୍ତି। ତେବେ ସଞ୍ଜୟ ସିଂହ ମୁକ୍ତ ହେବା ପୂର୍ବରୁ ତାଙ୍କର ବେଲ ଅର୍ଡର ବୁଧବାର ଟ୍ରାୟଲ କୋର୍ଟକୁ ଯାଇଥିଲା। ସେଠାରେ ସର୍ତ୍ତ ନିର୍ଦ୍ଧାରିତ ହେବା ପରେ ଜାମିନ ବଣ୍ଡ ଜମା କରି ସଞ୍ଜୟ ସିଂହ ମୁକ୍ତ ହୋଇଛନ୍ତି। 

ଟ୍ରାୟଲ କୋର୍ଟ ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ପ୍ରମାଣକୁ ଯେପରି ପ୍ରଭାବିତ କରିବାକୁ ଚେଷ୍ଟା ନ କରନ୍ତି। ସେହିପରି ତାଙ୍କୁ ଦିଲ୍ଲୀ ଏନସିଆର ବାହାରକୁ ନ ଯିବା ପାଇଁ କୁହାଯାଇଛି। ଯଦି ତାଙ୍କୁ ବାହାରକୁ ଯିବାକୁ ପଡେ ତେବେ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କୁ ସୂଚିତ କରିଯିବାକୁ କୁହାଯାଇଛି। ସଞ୍ଜୟ ସିଂହଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ କୁହାଯାଇଛି। ସଞ୍ଜୟ ସିଂହଙ୍କ ଲୋକେସନ ଉପରେ ନଜର ରଖାଯିବ ଓ ତାଙ୍କୁ ମାମଲାର ତଦନ୍ତରେ ସହଯୋଗ କରିବାକୁ ପଡିବ। ସେ କେସକୁ ନେଇ କୌଣସି ଟିପ୍ପଣୀ କି ବୟାନବାଜୀ କରିବେ ନାହିଁ। 

ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ସିଂହଙ୍କ ବିରୋଧରେ ପଞ୍ଜାବ, ଗୁଜରାଟ ଓ ଉତ୍ତରପ୍ରଦେଶରେ ମୋକଦ୍ଦମା ରୁଜୁ ହୋଇଛି। ଜେଲ କର୍ତ୍ତୃପକ୍ଷ ସେହି ସବୁ ମୋକଦ୍ଦମାର ଷ୍ଟାଟସ ରିପୋର୍ଟ ମଧ୍ୟ ନେଇଛନ୍ତି। ଏଥିରୁ ରୁଜୁ ହୋଇଥିବା ମୋକଦ୍ଦମା ଯୋଗୁ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇ ନାହିଁତ ତାହା ସ୍ପଷ୍ଟ କରିଛନ୍ତି। ତେବେ ୩ ରାଜ୍ୟରେ ତାଙ୍କ ଗିରଫ ନେଇ କୌଣସି ଆଦେଶ ଜାରି ହୋଇ ନଥିବା ଜଣାପଡିବା ପରେ ସଞ୍ଜୟଙ୍କୁ ଜେଲରୁ ବାହାରକୁ ଛଡା ଯାଇଛି। ତେବେ ମୁକ୍ତି ପରେ ସଞ୍ଜୟଙ୍କ ସ୍ୱାଗତ ପାଇଁ ତାଙ୍କ ପରିବାର କୌଣସି ଭବ୍ୟ ଆୟୋଜନ କରି ନାହିଁ। କାରଣ ସମାନ ମାମଲା ସତ୍ୟେନ୍ଦ୍ର ଜୈନ, ମନିଷ ସିସୋଦିଆ ଓ ଏବେ ଅରବିନ୍ଦ କେଜରିୱାଲ ଏବେ ଜେଲରେ ଅଛନ୍ତି। ଏଣୁ ସଞ୍ଜୟ ନିରାଡମ୍ବର ଜେଲରୁ ଘରକୁ ଫେରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.