ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ହେଲେ ସଞ୍ଜୟ ସିଂହ, ବିଜେପି ସାଂସଦଙ୍କ ବ୍ରିଜଭୂଷଣଙ୍କ ଘନିଷ୍ଠ

Published By : Prameya-News7 Bureau | December 21, 2023 IST

ନୂଆଦିଲ୍ଲୀ: ବିଜେପି ସାଂସଦ ବ୍ରିଜଭୂଷଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ, ଭାରତୀୟ କୁସ୍ତି ମହାସଂଘ (WFI) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରମଣ୍ଡଳ ଖେଳର ସ୍ବର୍ଣ୍ଣ ପଦକ ବିଜେତା ଅନୀତା ଶ୍ୟୋରାଣଙ୍କୁ ପରାଜିତ କରି ସଞ୍ଜୟ ସିଂହ ଅଧ୍ୟକ୍ଷ ହୋଇଛନ୍ତି। ଅନୀତାଙ୍କୁ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ସମର୍ଥନ ରହିଥିଲା। ସଞ୍ଜୟ ସିଂହ ୨୦୦୮ରେ ବାରଣାସୀ କୁସ୍ତି ସଂଘର ଜିଲ୍ଲା ଅଧ୍ୟକ୍ଷ ହୋଇଥିଲେ। ୨୦୦୯ରେ ଉତ୍ତର ପ୍ରଦେଶ କୁସ୍ତି ସଂଘ ଗଠିତ ହୋଇଥିଲା। ସେତେବେଳେ ବ୍ରିଜଭୂଷଣ ଶରଣ ସିଂହ ରାଜ୍ୟ ଅଧ୍ୟକ୍ଷ ଏବଂ ସଞ୍ଜୟ ସିଂହ ଉପାଧ୍ୟକ୍ଷ ହୋଇଥିଲେ।

ନିର୍ବାଚନ ଜିତିବା ପରେ ସଞ୍ଜୟ ସିଂହ କହିଛନ୍ତ ଏବେ ରାଷ୍ଟ୍ରୀୟ ଶିବିର କୁସ୍ତି ପାଇଁ ଆୟୋଜିତ କରାଯିବ। ଯେଉଁ କୁସ୍ତି ଯୋଦ୍ଧା ରାଜନୀତି କରିବାକୁ ଚାହୁଛନ୍ତି ସେମାନେ ରାଜନୀତି କରିପାରିନ୍ତି। ଯେଉଁମାନେ କୁସ୍ତି କରିବାକୁ ଚାହୁଛନ୍ତି ସେମାନେ କୁସ୍ତି କରିବେ। ସେହିଭଳି ବ୍ରିଜଭୂଷଣ ସିଂହଙ୍କ ଜ୍ବାଇଁ ବିଶାଲ ସିଂହ ଫଳାଫଳ ପରେ କହିଛନ୍ତି ଆମର ପୂରା ପ୍ୟାନେଲ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ୱାର୍ଲ୍ଡ ରେସଲିଙ୍ଗ୍: ତ୍ରିରଙ୍ଗା ପତାକା ତଳେ ଲଢ଼ିପାରିବେନି କୁସ୍ତିଯୋଦ୍ଧା

ସୂଚନାଥାଉକି, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବେଶ୍‌ ବିବାଦ ମଧ୍ୟ ତେଜିଥିଲା। ଅଲମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ, ବିଶ୍ବ ଚାମ୍ପିୟନସିପ୍‌ର ପଦକ ବିଜେତା ବିନେଶ ଫୋଗାଟଙ୍କ ସମେତ ଅନେକ ଟପ୍‌ କୁସ୍ତିଯୋଦ୍ଧ ବ୍ରିଜଭୂଷଣଙ୍କ ବିରୋଧରେ ଜନ୍ତର ମନ୍ତର ଠାରେ ବିରୋଧରେ ବସିଥିଲେ। ଏମିତିକି ମାମଲା କୋର୍ଟରେ ପହଞ୍ଚିଥିଲେ।

ଆଉ ଏହି କାରଣରୁ ଡବ୍ଲୁଏଫଆଇର ନିର୍ବାଚନ ପ୍ରକ୍ରିୟା ଜୁଲାରୁ ବିଳମ୍ବିତ ହୋଇ ଆସୁଥିଲା। ତେବେ ନିକଟରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ନିର୍ବାଚନ ଉପରେ ଲଗାଯାଇଥିବା ରୋକ୍‌କୁ ଖାରଜ କରିଥିଲେ ଯାହାଦ୍ବାରା ନିର୍ବାଚନ ପାଇଁ ରାସ୍ତା ଅନୁକୂଳହୋଇଥିଲା।

ଆହୁରି ପଢ଼ନ୍ତୁ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.