ଆମେରିକାରେ ରାହୁଲ ଗାନ୍ଧିଙ୍କ ଭାଷଣକୁ ସଂଜୟ ରାଉତଙ୍କ ସମର୍ଥନ, ଜାଣନ୍ତୁ କହିଲେ କ’ଣ?
31/05/2023 at 5:08 PM

ମୁମ୍ବାଇ ୩୧।୫: ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ଭାଷଣ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲଙ୍କ ଭାଷଣା ପରେ ବଡ଼ ବିଜେପି ନେତାମାନେ ରାହୁଲଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ତେବେ ବିଦେଶରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ଭାଷଣକୁ ଉଦ୍ଧବ ବାଲ ଠାକରେ (ୟୁବିଟି) ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ ସମର୍ଥନ କରିଛନ୍ତି। ରାହୁଲ ଗାନ୍ଧି ଆମେରିକାରେ ଯାହା ବି କହିଛନ୍ତି ସେଥିରେ ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ରାଉତ।
ରାଉତ କହିଛନ୍ତି ଯେ ରାହୁଲ ବିଦେଶରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଦେଶର ପ୍ରସଙ୍ଗ ଓ ବର୍ତ୍ତମାନର ପ୍ରସଙ୍ଗ। ସେ କହିଛନ୍ତି ଯେ ରାହୁଲ ଆମେରିକାରେ ଦେଶରେ ହେଉଥିବା ଏଜେନ୍ସୀ ଓ କେନ୍ଦ୍ରୀୟ ଏଜେନ୍ସୀ ମାନଙ୍କର ଦୂରୁପଯୋଗ, ବଢୁଥିବା ବେକାରୀ, ଆତଙ୍କବାଦ ଓ ଅର୍ଥ ବ୍ୟବସ୍ଥାର ପ୍ରସଙ୍ଗ ଉତଥାପନ କରୁଛନ୍ତି। ଏଥିରେ ଭୁଲ କେଉଁଠି ବୋଲି ସଞ୍ଜୟ ରାଉତ କହିଛନ୍ତି।
जय हिंद!! https://t.co/AJLOc3O7Hy
— Sanjay Raut (@rautsanjay61) May 31, 2023
ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ତୁମ ସରକାର ଶାସନରେ ୯ ବର୍ଷ ପୂରଣ କରିଛି ବୋଲି ଦାବି କରୁଛ, ଆମେ ବି ସ୍ୱାଗତ କରୁଛୁ। ତେବେ ଦେଶରେ ସାମ୍ନାକୁ ଆସି ଦେଶର ସାମ୍ବାଦିକଙ୍କ ସହ ଆଲୋଚନା କରନ୍ତୁ, ଯେମିତି ରାହୁଲ ଗାନ୍ଧି କରୁଛନ୍ତି, ଯେପରି ଅନ୍ୟ ବଡ଼ ରାଜନୈତିକ ଦଳର ନେତାମାନେ କରୁଛନ୍ତି ସେପରି ଆଲୋଚନା କରନ୍ତୁ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯଦି ଦେଶ ସହ କଥା ହୁ୍ଅନ୍ତେ ତେବେ ଆମେ ଏହାକୁ ‘ମନକୀ ବାତ’ କହନ୍ତୁ। ଦେଶରେ ଏଜେନ୍ସୀ ଓ କେନ୍ଦ୍ରୀୟ ଏଜେନ୍ସୀମାନଙ୍କର ଯେଉଁପରି ଭୁଲ ଉପଯୋଗ ହେଉଛି ଏଥିରେ ରାହୁଲ ଗାନ୍ଧି ଯାହା କହୁଛନ୍ତି ସେଥିରେ ଭୁଲ କଣ? ଏଥିରେ ମୁଁ ନିଜେ ଭିକ୍ଟିମ ବୋଲି ସଞ୍ଜୟ ରାଉତ କହିଛନ୍ତି। ଭାରତରେ ଏଜେନ୍ସୀମାନଙ୍କୁ ଏବେ ଯେପରି ବ୍ୟବହାର କରାଯାଉଛି ବିଶ୍ୱରେ ହୁଏତ କେଉଁ ରାଷ୍ଟ୍ରରେ ଏପରି ହେଉଥିବ ବୋଲି ସଞ୍ଜୟ ରାଉତ କହିଛନ୍ତି। ଏଣୁ ସେ ଏଥିରେ ରାହୁଲଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା କହିଛନ୍ତି।