suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଚୋର ମଣ୍ଡଳି’ ବୟାନକୁ ନେଇ ସଂକଟରେ ସଞ୍ଜୟ ରାଉତ, ବିଶେଷାଧିକାର ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

25/03/2023 at 7:27 PM

ମୁମ୍ବାଇ ୨୫।୩: କେନ୍ଦ୍ରରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦକୁ ନେଇ ରାଜନୀତି ଥଣ୍ଡା ନ ହେଉଣୁ ଏବେ ମହାରାଷ୍ଚ୍ରରୁ ଏପରି ଖବର ଆସୁଛି। ଏଠାରେ ସଞ୍ଜୟ ରାଉତଙ୍କ ବିରୋଧରେ ବିଶେଷାଧିକ ଉଲ୍ଲଂଘନ ପ୍ରସ୍ତାବ ଉପରେ ନୋଟିସ୍‌କୁ ନେଇ ଏବେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ସୂଚନା ଅନୁସାରେ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସଞ୍ଜୟ ରାଉତଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ଗୃହୀତ କରି ରାଜ୍ୟସଭାକୁ ପଠାଇ ଦେଇଥିବା ଶନିବାର କହିଛନ୍ତି।

ଏହି ପ୍ରସ୍ତାବ ସଞ୍ଜୟ ରାଉତଙ୍କ ସେହି ବିବାଦୀୟ ମନ୍ତବ୍ୟ ଉପରେ ଦିଆଯାଇଛି ଯେଉଁଥିରେ ସେ ବିଧି ମଣ୍ଡଳକୁ ‘ଚୋର ମଣ୍ଡଳି’ ବୋଲି କହିଥିଲେ। ତେବେ ରାଉତ ପରେ ତାଙ୍କ ମନ୍ତବ୍ୟ ବଦଳାଇ ଦେଇଥିଲେ ଓ କହିଥିଲେ ଏହା ସିନ୍ଦେ ଗୋଷ୍ଠୀଙ୍କ ଉଦ୍ଦେଶ୍ୟର ତାଙ୍କର ଏହି ବୟାନ ଥିଲା। ମହାରାଷ୍ଟ୍ର ବିଧାନସଭା ସାଂସଦ ସଞ୍ଜୟ ରାଉତଙ୍କୁ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବରେ ଦୋଷୀ ସାବ୍ୟସ୍ତ କରିଛି। ବିଧି ମଣ୍ଡଳରେ ଚୋରଙ୍କ ଗୋଷ୍ଠୀ ଅଛନ୍ତି ବୋଲି ଟିପ୍ପଣୀ ପରେ ତାଙ୍କ ବିରୋଧରେ ବିଧାନସଭାରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ଅଣାଯାଇଥିଲା।

ଏଥିରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର କହିଛନ୍ତି ଯେ ମାମଲାରେ ସଞ୍ଜୟ ରାଉତଙ୍କ ସ୍ପଷ୍ଟିକରଣରେ ସେ ସନ୍ତୁଷ୍ଟ ନୁହନ୍ତି। ଏଣୁ ଯେହେତୁ ସଞ୍ଜୟ ରାଉତ ରାଜ୍ୟସଭା ସଦସ୍ୟ ତେହେତୁ ରିପୋର୍ଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆ ଯାଇଛି । ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ରାଉତ ୧ ମାର୍ଚ୍ଚରେ ତାଙ୍କର କୋହ୍ଲାପୁର ଗସ୍ତ କାଳରେ ଗଣମାଧ୍ୟମ ସହ ଆଲୋଚନାରେ ବିଧାନମଣ୍ଡଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ।

ମାମଲାରେ ବିଧାୟକ ଅତୁଲ ଭାତଖଲକର ବିଧାନସଭାରେ ସଞ୍ଜୟ ରାଉତଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର ନୋଟିସ୍ ଦେଇଥିଲେ। ତାଙ୍କ ବିରୋଧରେ ମହାରାଷ୍ଟ୍ର ବିଧାନମଣ୍ଡଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀମାନଙ୍କ ଅପମାନର ଅଭିଯୋଗ କରାଯାଇଥିଲା। ସେହିଦିନ ରାଉତଙ୍କୁ ବିଶେଷାଧିକାର ଉଲ୍ଲଂଘନର ନୋଟିସ ଜାରି କରାଯାଇଥିଲା। ଏହି ନୋଟିସ୍‌ର ଜବାବରେ ସଞ୍ଜୟ ରାଉତ କହିଥିଲେ ଯେ ସେ ବିଧାନମଣ୍ଡଳ ନୁହେ ସେଥିରେ ଥିବା ଏକ ଗୋଷ୍ଠୀକୁ ଲକ୍ଷ୍ୟ କରି ସେ ଏହା କହିଥିଲେ।  ଏବେ ସଞ୍ଜୟ ରାଉତଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ବିଧାନସଭାରେ ଗୃହୀତ କରି ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦିଆଯାଇଛି।

   Related Posts