ମହାରାଷ୍ଟ୍ରରେ ଭାଙ୍ଗିବ ସିନ୍ଧେ ସରକାର; ଦାବି କଲେ ଶିବସେନା ସାଂସଦ ସଞ୍ଜୟ ରାଓତ, ବିଜେପି କହିଲା ପବ୍ଲିସିଟି ଷ୍ଟଣ୍ଟ୍

Published By : Prameya-News7 Bureau | January 08, 2023 IST

ମୁମ୍ବାଇ: ମହାରାଷ୍ଟ୍ରରେ ଭାଙ୍ଗିବ ସିନ୍ଧେ ସରକାର । ଜାନୁଆରୀ ମାସର ଶେଷ ବେଳକୁ ବିଜେପି ଓ ଏକନାଥ ସିନ୍ଧେଙ୍କ ଗଠବନ୍ଧନ ସରକାର ଭାଙ୍ଗିବ । ଏନେଇ ଦାବି କରିଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତା ତଥା ଶିବସେନା ସାଂସଦ ସଞ୍ଜୟ ରାଓତ । ସୁପ୍ରିୟକୋର୍ଟରେ ସିନ୍ଧେ ସମର୍ଥକ ୧୬ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଗଠବନ୍ଧନ ସରକାର ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବ । ଫଳରେ ମହାରାଷ୍ଟ୍ରରେ ସିନ୍ଧେ ସରକାର ଭାଙ୍ଗିବ ବୋଲି ଦାବି କରିଛନ୍ତି ସଞ୍ଜୟ ରାଓତ ।  

ମହାରାଷ୍ଟ୍ରରେ ମହାବିକାଶ ଆଗାଢି ସରକାରକୁ ଭାଙ୍ଗି ଏକନାଥ ସିନ୍ଧେ ବିଜେପି ସମର୍ଥନରେ ସରକାର ଗଢିଥିଲେ । ପରେ ସିନ୍ଧେଙ୍କ ଗୋଷ୍ଠୀର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି ଆସନ୍ତା ଜାନୁଆରୀ ୧୩ ତାରିଖରେ ହେବ । ସର୍ବୋଚ୍ଚ ଅଦାଲତ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି ସଞ୍ଜୟ ରାଓତ ଦାବି କରିଛନ୍ତି । ଯେଉଁ ଦିନ ସୁପ୍ରିମକୋର୍ଟ ରାୟ ଶୁଣାଇବେ, ସେହିଦିନ ସରକାର ଭାଙ୍ଗିଯିବ। ଫେବ୍ରୁଆରୀ ମାସ ବେଳକୁ ସିନ୍ଧେଙ୍କ ଗଠବନ୍ଧନ ସରକାର ଭେଣ୍ଟିଲେଟରକୁ ଚାଲିଯିବ ବୋଲି କହିଛନ୍ତି ସଞ୍ଜୟ।   

ଅନ୍ୟପଟେ ସଞ୍ଜୟ ରାଓତଙ୍କ ଏହି ବୟନ ବିଜେପି ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି । ମହାରାଷ୍ଟ୍ର ପାର୍ଟି ମୁଖ୍ୟ ଆଶିଷ୍ ଶୋଲାର କହିଛନ୍ତି, ଭିତ୍ତିହୀନ ବୟନବାଜି କରିବା ସଞ୍ଜୟଙ୍କ ଅଭ୍ୟାସ । ରାଓତ ଏଭଳି ବୟାନରୁ ଦୂରେଇ ରହିବା ଉଚିତ୍ । ସେପଟେ ସିନ୍ଧେ ସମର୍ଥକ ଗୋଷ୍ଠୀ ବିଧାୟକ, ସଞ୍ଜୟ ରାଓତ ମାନସିକ ସନ୍ତୁଳ ହରାଇ ବସିଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.