ଜାଡେଜାଙ୍କ ଆଘାତ ଉପରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ମାଞ୍ଜରେକର, କହିଲେ- 'ଆଇସିସି ନିୟମର ଉଲ୍ଲଙ୍ଘନ ହୋଇଛି'

Published By : Prameya-News7 Bureau | December 05, 2020 IST

ସିଡନୀ,୦୫/୧୨:  ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ସିରିଜର ପ୍ରଥମ ମ୍ୟାଚର ମୁଣ୍ଡରେ ବଲ୍ ବାଜିବା କାରଣରୁ ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ଏପରିକି ସେ ସିରିଜକୁ ମଧ୍ୟ ବାଦ୍ ପଡିଛନ୍ତି । ଏହି ପ୍ରସଙ୍ଗକୁ ନେଇ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି । ଯେଉଁ କନେକ୍ସନରେ ବଦଳ ଖେଳାଳି ଭାବେ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଗଲା ଏହା ଆଇସିସି ନିୟମର ଉଲଙ୍ଘନ ବୋଲି ସେ କହିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ଯେତେବେଳେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିଲା ସେହି ସମୟରେ କ୍ରିଜକୁ କୌଣସି ଫିଜିଓ ଗଲେ ନାହିଁ । ଯାହା ପ୍ରୋଟୋକଲର ଉଲ୍ଲଙ୍ଘନ ଅଟେ । ମ୍ୟାଚ୍ ରେଫରୀ ଏହାକୁ ନେଇ ନିଶ୍ଚିତ ପ୍ରଶ୍ନ ଉଠାଇବେ । ଯଦି କୌଣସି ବ୍ୟାଟସମ୍ୟାନଙ୍କ ମୁଣ୍ଡରେ ଆହତ ଲାଗେ ତେବେ ଫିଜିଓ ତୁରନ୍ତ ଫିଲ୍ଡିକୁ ଆସି ଯାଞ୍ଚ୍ କରିବା ଉଚିତ । କିନ୍ତୁ ଏପରି କିଛି ହୋଇନଥିଲା ।

ସେ ଆହୁରି କହିଛନ୍ତି ଯେ, ଜାଡେଜା ଆହତ ହୋଇ ବ୍ୟାଟିଂ  କରିବା ଦ୍ୱାରା ଦଳକୁ ସେତେ ଫାଇଦା ହୋଇନଥିଲା । ଏହାପରେ ସେ ମାତ୍ର ୯ ରନ୍ ହିଁ କରିପାରି ଥିଲେ । ଏହାସହ ସେ ଜାଡେଜାଙ୍କ ଆଘାତର ଗମ୍ଭୀରତାକୁ ମଧ୍ୟ ସନ୍ଦେହ କରିଛନ୍ତି । କାରଣ ଜାଡେଜାଙ୍କ ମେଡିକାଲ ଯାଞ୍ଚ ହୋଇନଥିବା ସେ କହିଛନ୍ତି । ଏହାସହ ମ୍ୟାଚରେ ସମସ୍ତ ପ୍ରୋଟୋକଲର ଉଲଙ୍ଘନ ହୋଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.