oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସଞ୍ଜୟଲୀଲା ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟର ପ୍ରଥମ ପୋଷ୍ଟର ରିଲିଜ୍ : ନେଟଫ୍ଲିକ୍ସରେ ଆସିବ ଏହି ୱେବ୍ ସିରିଜ୍

11/08/2021 at 3:04 PM

ମୁମ୍ବାଇ ୧୧/୦୮: ପ୍ରସିଦ୍ଧ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲି ବଲିଉଡ୍‌କୁ ‘ଦେବଦାସ୍’ , ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ପରବର୍ତ୍ତି ପ୍ରୋଜେକ୍ଟ ପାଇଁ ସେ ନେଟଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି । ନିକଟରେ ତାଙ୍କର ବଲିଉଡରେ ୨୫ ବର୍ଷ ପୁରିଥିବା ବେଳେ ସଞ୍ଜୟଲୀଲା ଭନସାଲୀ ଏବେ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି । ସେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି ।

Happy Birthday Sanjay Leela Bhansali: Celebrating the filmmaker's love for  colour and grandeur | Bollywood - Hindustan Times

ସୂଚନା ଅନୁଯାୟୀ, ଭନସାଲୀଙ୍କ ଡେବ୍ୟୁ ସିରିଜ୍ ‘ହୀରା ମଣ୍ଡି’ ରେ ରିଚା ଚଢା କାମ କରିବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟ ସମ୍ପର୍କରେ ରିଚା ଚଢା ସଞ୍ଜୟଲୀଲା ଭନସାଲୀଙ୍କ ସହିତ ସାକ୍ଷାତ କରିଥିଲେ । ଏହାକୁ ନେଇ ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଛି । ଯାହାକୁ ସେ ଗତ ୧୨ ବର୍ଷ ଧରି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ୱେବ୍ ସିରିଜ୍ ରେ ପ୍ରେମ , ପ୍ରତାରଣା , ଉତ୍ତରାଧିକାରୀ ଓ ରାଜନୀତି ଦେଖାଯିବ । ଭନସାଲୀ ଏହାକୁ ତାଙ୍କର ଏପର୍ଯ୍ୟନ୍ତ କ୍ୟାରିୟରର ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି ।

ତେବେ ଏହି ସିରିଜକୁ ନେଇ ଭନସାଲୀ କହିଛନ୍ତି, ଏହା ଏକ ମହାକାବ୍ୟ , ଯାହା ଲାହୋରର ଦରବାରୀ ଉପରେ ଆଧାରିତ ପ୍ରଥମ ସିରିଜ୍  । ଯାହାକୁ ପ୍ରସ୍ତୁତ କରିବାକୁ ମୁଁ ବହୁତ ନର୍ଭସ ଅଛି , ଏହା ସହିତ ମୁଁ ବହୁତ ଉତ୍ସାହିତ ମଧ୍ୟ ଅଛି । ମୁଁ ନେଟଫ୍ଲିକ୍ସ ସହିତ ମୋର ସହଭାଗୀତା କରି ‘ହୀରା ମଣ୍ଡି’କୁ ସାରା ବିଶ୍ବରେ ଦର୍ଶକଙ୍କ ପାଖକୁ ଆଣିବା ପାଇଁ ଉତ୍ସାହିତ ଅଛି ।

sanjay leela bhansali

ଭନସାଲୀଙ୍କ ଏହି ପ୍ରୋଜେକ୍ଟର ସୂତ୍ରରୁ ଜଣାପଡିଛି ଯେ ଏହି ୱେବ୍ ସିରିଜ୍ ଭନସାଲୀଙ୍କ ତତ୍ତ୍ବବଧାନରେ ପ୍ରସ୍ତୁତ ହେବ ଓ ପ୍ରାରମ୍ଭରେ ସେ କିଛି ଏପିସୋଡ୍ ଗୁଡିକୁ ନିଜେ ନିର୍ଦ୍ଦେଶନା ଦେବେ । କିନ୍ତୁ ପରବର୍ତ୍ତୀ ଏପିସୋଡ ଗୁଡିକ ଅନ୍ୟ ନିର୍ଦ୍ଦେଶକଙ୍କ ଦ୍ବାରା ନିର୍ଦ୍ଦେଶିତ ହେବ । ଏହି ୱେବ୍ ସିରିଜରେ ଉଭୟ ହୁମା କ୍ୟୁରେଶି ଓ ସୋନାକ୍ଷୀ ସିହ୍ନା ସେକ୍ସ ୱାର୍କରଙ୍କ ଭୂମିକାରେ ନଜର ଆସିବେ । ସେମାନଙ୍କ ବ୍ୟତୀତ ଏଥିରେ ଅନେକ କଳାକାର ମଧ୍ୟ ଅଭିନୟ କରିବେ । ଏହାର କାହାଣୀ ଭାରତ ଓ ପାକିସ୍ଥାନ ବିଭାଜନ ସମୟରେ ବେଶ୍ୟାମାନଙ୍କ ଜୀବନ ଓ ସେମାନଙ୍କ ଧନୀ ଗ୍ରାହକଙ୍କ ଜୀବନ ଉପରେ ଆଧାରିତ ।

   Related Posts