KGF-2 ପରେ ପୁଣି ଭିଲେନ୍ ହେବ ସଞ୍ଜୟ ଦତ୍ତ, ଏହି ସୁପରଷ୍ଟାରଙ୍କ ବିପକ୍ଷରେ ଆସିବେ ନଜର
15/09/2022 at 9:07 AM

ନୂଆଦିଲ୍ଲୀ ୧୫।୦୯: ୨୦୧୭ରେ କମ୍ବ୍ୟାକ୍ କରିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ବଲିଉଡ ସେତେ ଭଲ ନାହିଁ । ଏତେ ଫିଲ୍ମ କରିବା ପରେ ମଧ୍ୟ ଯଦି ଭଲ ହୋଇଛି ତାହାଲେ ଚଳିତ ବର୍ଷ କନ୍ନଡ ଚଳଚ୍ଚିତ୍ର KGF-୨। ଏହି ପାନ-ଇଣ୍ଡିଆ ଚଳଚ୍ଚିତ୍ର ଭଲ କଲେକସନ୍ ସହ ରେକର୍ଡ ଭାଙ୍ଗିବା ସହ ସଞ୍ଜୟଙ୍କ ଭିଲେନ ଭୁମିକା ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହା ପରେ ବଲିଉଡରେ ପୃଥୀରାଜ ଏବଂ ଶମଶେରା ବକ୍ସ ଅଫିସରେ ବିଫଳ ହୋଇଥିଲେ ସଞ୍ଜୟଙ୍କୁ ନିରାଶ କରିଥିଲା। ଏଥର ତାଙ୍କୁ ପୁଣି ଥରେ ତାମିଲ ଚଳଚ୍ଚିତ୍ରରେ ଅଫର ମିଳିଛି । ତାହା ପୁଣି ଭିଲେନ୍ ଭୂମିକା ପାଇଁ। ଖବର ଅନୁଯାୟୀ ସଞ୍ଜୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ତାଙ୍କୁ ମଧ୍ୟ ଭଲ ଫି ମିଳୁଛି। କନ୍ନଡ ପରେ ଏବେ ସଞ୍ଜୟ ଦତ୍ତ ତାମିଲ ଡେବ୍ୟୁ କରିବେ।
ପାନ-ଇଣ୍ଡିଆ ଷ୍ଟାରଡମ ପାଇଁ ସଂଘର୍ଷ କରୁଥିବା ତାମିଲ ତାରକା ଥଲାପତି ବିଜୟଙ୍କ ୬୭ ତମ ଚଳଚ୍ଚିତ୍ର ନିକଟରେ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ଟାଇଟଲ୍ ଥଲାପତି ୬୭ ଭାବରେ ରଖାଯାଇଛି। ସେ ଏହି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଅଫିସିଆଲି ଭାବେ ଘୋଷଣା କରାଯାଇନାହିଁ। କିନ୍ତୁ ସେ ତାଙ୍କ ବିପକ୍ଷରେ ଭିଲେନ୍ ପାଇଁ ସଞ୍ଜୟ ଦତ୍ତଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି, ଯିଏ କିଜିଏଫ୍ ୨ରେ ବବାଲ୍ କରିଥିଲେ । ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ଏହି ଚଳଚ୍ଚିତ୍ରରେ ବିଜୟଙ୍କ ସହ ସଞ୍ଜୟ ଦତ୍ତଙ୍କୁ ସ୍ୱାକ୍ଷର କରିବାର ଖବର ରହିଛି।
ଏଭଳି ପରିସ୍ଥିତିରେ ସଞ୍ଜୟ ଦତ୍ତଙ୍କ ସଫଳତା ସହିତ ଲୋକପ୍ରିୟତା କେବଳ ଦକ୍ଷିଣରେ ବୃଦ୍ଧି ପାଇନାହିଁ, ବରଂ ତାରକା ଏବଂ ନିର୍ଦ୍ଦେଶକମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ବଲିଉଡ ଚଳଚ୍ଚିତ୍ରରେ ବିଫଳତା ଦେଖୁଥିବା ସଞ୍ଜୟ ଦତ୍ତ ନିଜକୁ ପ୍ରତିଷ୍ଠିତ କରିବାର ଏକ ଭଲ ସୁଯୋଗ ରହିଛି। ଖବର ରହିଛି କି, ଥଲାପାତି ୬୭ ରେ ତାଙ୍କର ଫି ୧୦ କୋଟି ଟଙ୍କା ହେବ। ସମ୍ପ୍ରତି ସଞ୍ଜୟ ଦତ୍ତ ହିନ୍ଦୀରେ ଦୁଇଟି ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି।