oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସଞ୍ଜୟ ଦତ୍ତ ସେୟାର କଲେ ସୁନୀଲ ଦତ୍ତ ଏବଂ ନର୍ଗିସଙ୍କ ଫଟୋ, କହିଲେ, ‘ତୁମେ ଦୁହେଁ ମୋତେ ପ୍ରେମର ପ୍ରକୃତ ଅର୍ଥ ଶିଖାଇଛ’

12/03/2021 at 11:13 AM

ନୂଆଦିଲ୍ଲୀ ୧୨/୦୩: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜିବି ତାଙ୍କ ବାପା-ମାଙ୍କ ସହତ ଜଡିତ ଅଛନ୍ତି । କୌଣସି ବିଶେଷ ଉତ୍ସବରେ ସେମାନଙ୍କୁ ମନେ ପକାଇବାକୁ ସେ ଭୁଲନ୍ତୁ ନାହିଁ । ନିକଟରେ ସଞ୍ଜୟ ତାଙ୍କ ବାପା-ମା ସୁନୀଲ ଦତ୍ତ ଏବଂ ନର୍ଗିସଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହା ଦେଖିଲେ ଆପଣଙ୍କର ମଧ୍ୟ ପୁରୁଣା ସ୍ମୃତି ମନେ ପଡିଯିବ । ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନରେ ତାଙ୍କ ବାପା ସୁନୀଲ ଦତ୍ତଙ୍କର ବହୁତ ଗୁରୁତ୍ୱ ରହିଛି ,ଯାହା ତାଙ୍କ ବାୟୋପିକରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେଣୁ ସଞ୍ଜୟ ତାଙ୍କ ବାପା-ମାଙ୍କ ବିବାହ ବାର୍ଷିକୀରେ ଏକ ମୂଲ୍ୟବାନ ଫଟୋ ସହିତ ତାଙ୍କୁ ମନେ ପକାଇଛନ୍ତି ।

नरगिस-सुनील दत्त

୧୯୫୮ମସିହା ମାର୍ଚ୍ଚ ୧୧ରେ ସୁନୀଲ ଦତ୍ତ ଏବଂ ନର୍ଗିସ୍ ବିବାହ କରିଥିଲେ । ଏହି ସୁନ୍ଦର ଦମ୍ପତିଙ୍କର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ତୁମେ ଦୁହେଁ ମୋତେ ପ୍ରେମର ପ୍ରକୃତ ଅର୍ଥ ଶିଖାଇଛ । ହାପି ଏନିଭର୍ସରୀ ମମ୍ ଆଣ୍ଡ ଡାଡ୍ ।’ ଏହି ଫଟୋଟି ପ୍ରକୃତରେ ଖୁବ୍ ସୁନ୍ଦର । ଏଥିରେ ଦୁହେଁ ପରସ୍ପରକୁ ଚାହିଁ ହସୁଛନ୍ତି । ଫଟୋକୁ ଦେଖିଲେ ସେମାନଙ୍କ ମଧ୍ୟରେ କେତେ ଭଲ ପାଇବା ତାହା ଭଲଭାବରେ ଜଣାପଡୁଛି । ୧୯୫୭ ରେ ଫିଲ୍ମ ‘ମଦର ଇଣ୍ଡିଆ’ ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା । କିଶୋର ଦେଶାଇ ତାଙ୍କ ବହି ‘ଡାର୍ଲିଂ ଜୀ’ରେ ସୁନୀଲ ଦତ୍ତ ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ମଧ୍ୟ ଉଲ୍ଲେଖ କରିଛନ୍ତି ।

sunil dutt and nargis

କୁହାଯାଏ, ନର୍ଗିସଙ୍କ ପ୍ରଥମ ଦେଖାରେ ସୁନୀଲ ତାଙ୍କ ପ୍ରେମରେ ପଡିଯାଇଥିଲେ । ସେ ପ୍ରଥମେ ଅଭିନେତ୍ରୀଙ୍କୁ ରେଡିଓ ଷ୍ଟେସନରେ ଦେଖିଥିଲେ । ଏହା ମଧ୍ୟ କୁହାଯାଇଛି, ସୁନୀଲ କେବଳ ନର୍ଗିସଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ।

   Related Posts