ସଂଜୟ ଦତ୍ତ କଲେ ପତ୍ନୀଙ୍କ ପ୍ରଶଂସା, ସେ ଜେଲରେ ଥିବା ବେଳେ ମାନ୍ୟତା କରିଥିଲେ ଏହି କାମ

Published By : Prameya-News7 Bureau | September 11, 2019 IST

ମୁମ୍ବାଇ୧୧|୯: ସଂଜୟ ଦତ୍ତଙ୍କ ପ୍ରଡକ୍ସନ ହାଉସ ଭର୍ଜିନ ଟ୍ରି ଫିଲ୍ମ “ପ୍ରସ୍ଥାନମ୍‌” ଦ୍ବାରା ବଲିଉଡ ଅଭିନେତା ସଂଜୁ ପରଦାରେ କମ ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ।ସଂଜୁ କହିଛନ୍ତି ଯେ, ଯେତେବେଳେ ସେ ଜେଲରେ ଥିଲେ ସେହି ସମୟରେ ମାନ୍ୟତା କେବଳ ତାଙ୍କ ଘର, ପିଲା ଛୁଆ ଓ ସ୍ବାମୀଙ୍କ ଉପରେ ଧ୍ୟାନ ଦେଉଥିଲେ।    

{"id":156202}

ନିକଟରେ ସଂଜୟ ଓ ମାନ୍ୟତା ଏକ ସାକ୍ଷାତକାରରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ମାନ୍ୟତା ତାଙ୍କ ପତ୍ନୀ ହୋଇଥିବାରୁ ସେ ବହୁତ ଗର୍ବିତ। ଜେଲ୍‌ରେ ଥିବା ସମୟରେ ମାନ୍ୟତା ତାଙ୍କ ପରିବାର ଓ ବ୍ୟବସାୟର ଖୁବ ଦେଖା ରେଖା କରି ଭଲ ଭାବେ ସମ୍ଭାଳିଥିଲେ। ସୁନୀଲ ଦତ୍ତଙ୍କ ଦେହାନ୍ତ ପରେ ସଂଜୁଙ୍କୁ ମାନ୍ୟତା ସମ୍ଭାଳିଥିଲେ। ସବୁ ପରିସ୍ଥିତିରେ ସଂଜୟଙ୍କ ସହ ମାନ୍ୟତା ଥାନ୍ତି । ଏହି ସବୁ କଥା ପ୍ରକାଶ କରି ସଂଜୟ ମାନ୍ୟତାଙ୍କ ପ୍ରଶଂସା କରୁଥିଲେ।  

{"id":156203}

ଅପରପକ୍ଷରେ ମାନ୍ୟତା କହିଛନ୍ତି ଯେ, ଉଭୟ ସ୍ବାମୀ ସ୍ତ୍ରୀ ମିଶି ସେମାନଙ୍କ ଜୀବନରେ ଥିବା ସମସ୍ୟାକୁ ଦୂର କରିଥିଲେ। ସୁନୀଲ ଦତ୍ତ ସବୁବେଳେ ସଂଜୟଙ୍କୁ ନେଇ ବହୁତ ଚିନ୍ତିତ ଥିଲେ। ଦୁଃଖର ବିଷୟ ଏହା ଯେ, ଅଦାଲତ ସଂଜୁଙ୍କୁ ଖଲାସ କରିବା ସମୟରେ ସୁନୀଲ ଦତ୍ତ ସେମାନଙ୍କ ମଧ୍ୟରେ ନଥିଲେ। ସଂଜୁ ଜେଲରେ ଥିବା ସମୟରେ ମଧ୍ୟ ପିଲା ଛୁଆଙ୍କ ଚିନ୍ତା କରୁଥିଲେ ବୋଲି ମାନ୍ୟତା କହିଛନ୍ତି।

{"id":156206,"width":563,"height":474}

ଉଭୟଙ୍କର ୯ ବର୍ଷର ଯାଆଁଳା ଶିଶୁ ଅଛନ୍ତି। ପୁଅର ନାଁ ଶହରାନ ଓ ଝିଅର ନାଁ ଇକରା। ସଂଜୁ ଓ ମାନ୍ୟତା ଉଭୟଙ୍କ ସନ୍ତାନଙ୍କ ବିଷୟରେ ମଧ୍ୟ କହିଥିଲେ। ମାନ୍ୟତା କହିଛନ୍ତି ଯେ, ଝିଅ ଇକରା ଜଣେ ବହୁତ ଭଲ ଆର୍ଟିଷ୍ଟ।ଇକରାଙ୍କ ପେଣ୍ଟିଂ ପ୍ରତି ବର୍ଷ ସ୍କୁଲ ମ୍ୟାଗେଜିନ୍‌ ପାଇଁ ସିଲେକ୍ଟ ହୁଏ। ତାଙ୍କ ଝିଅର ପେଣ୍ଟିଂ ପାଇଁ ସଂଜୟ ଓ ମାନ୍ୟତା ଗୋଟେ ଏକ୍‌ଜିବିଶନ ପାଇଁ ଯୋଜନା କରୁଛନ୍ତି।  ପୁଅ ଶହରାନ ଖେଳକୁ ଅଧିକ ଗୁରୁତ୍ବ ଦିଅନ୍ତି ବୋଲି ମାନ୍ୟତା କହିଛନ୍ତି।

{"id":156207}

ସଂଜୟ ନିଜ ଆଗାମୀ ପ୍ରୋଜେକ୍ଟ କିଟି ରେ କାମ କରିବା ଆରମ୍ଭ କରିସାରିଛନ୍ତି। ହେଲେ ଏଥିରେ ସେ କେବଳ ଜମଣ ପ୍ରଯୋଜକ ଭାବେ କାମ କରୁଛନ୍ତି। ଏହା ବ୍ୟତୀତ ସେ ପାନିପଥ, ଭୁଜ ଦ ପ୍ରାଇଡ ଅଫ ଇଂଡିଆ, ଶମଶେର, ପୃଥୀରାଜ, କେଜିଏଫ-୨ ଓ ସଡକ-୨ ଫିଲ୍ମରେ ଅଭିନୟ କରିବେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.