ପତ୍ନୀଙ୍କ ସହ ଗଣେଶ ପୂଜା ପାଳନ କଲେ ସଞ୍ଜୟ ଦତ୍ତ, ସେୟାର କଲେ ଫଟୋ

Published By : Prameya-News7 Bureau | August 22, 2020 IST

ମୁମ୍ବାଇ, ୨୨|୦୮:  କେବଳ ଛାତ୍ରଛାତ୍ରୀ  କିମ୍ବା ସାଧାରଣ ଜନତା ନୁହେଁ ସେଲିବ୍ରିଟିମାନେ ମଧ୍ୟ ଗଣେଶ ପୂଜା ପାଳନ କରିଛନ୍ତି । କରୋନା ପାଇଁ ଧୂମଧାମରେ ଚଳିତ ବର୍ଷ ଗଣେଶ ପୂଜା ପାଳନ କରାଯାଇ ନାହିଁ । କିନ୍ତୁ ସମସ୍ତେ ନିଜ ନିଜ ଘରେ ପୂଜା କରିବା ସହ ଉତ୍ସବ ମନାଇଛନ୍ତି । ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଗଣେଶ ପୂଜା ପାଳନ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ।

wp:html
/wp:html

ସଞ୍ଜୟ ତାଙ୍କ ପତ୍ନୀ ମାନାୟତ୍ତାଙ୍କ ସହ ପୂଜା କରିଛନ୍ତି । ଏବେ ସଞ୍ଜୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବା ସହ ଚିକିତ୍ସାଧିନ ଅଛନ୍ତି।ସେ ଗଣେଶ ପୂଜାର ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ, ବଡ ଧରଣର ଉତ୍ସବ ପାଳନ କରାଯାଉ ନାହିଁ । ଏହାସହ ସେ ଗଣେଶ ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

ସୂଚନାଯୋଗ୍ୟ, ବଲିଉଡ ବାବା ସଞ୍ଜୟ ଦତ୍ତ ତୃତୀୟ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି । ସେ ଚିକିତ୍ସା ପାଇଁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ । ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୀ ଫେରିଥିବା ଯୋଗୁଁ ତାଙ୍କୁ ଆମେରିକାରେ ଚିକିତ୍ସା ପାଇଁ ଅନୁମତି ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.