ସଞ୍ଜୟ ଦତ୍ତ ପୁଣି ଥରେ ଗ୍ୟାଙ୍ଗଷ୍ଟର୍
3/09/2018 at 3:01 PM

ମୁମ୍ବାଇ ୩/୯: ହାଜି ମସ୍ତାନଙ୍କଠାରୁ ଆରମ୍ଭ କରି ଦାଉଦ ଇବ୍ରାହିମ ପର୍ଯ୍ୟନ୍ତ ବଡ଼ ପରଦାରେ ଏବେ ପର୍ଯ୍ୟନ୍ତ କେତେ ଲୋକଙ୍କୁ ନେଇ ଫିଲ୍ମ ନିର୍ମାଣ ହୋଇ ସାରିଛି ଏବଂ ଏବେ ଆଉ ଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାର ପ୍ରସ୍ତୁତି ଚାଲିଛି। ଏହି ଚରିତ୍ର ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟ କରିବେ।
ଖବର ମିଳିଛି କୋରିଓଗ୍ରାଫରରୁ ନିର୍ଦ୍ଦେଶକ ବନିଥିବା ଅହମଦ ଖାନ୍ ନିଜ ପ୍ରଡକ୍ସନ୍ ହାଉସ୍ ପେପରଡାଲ୍ ଏଣ୍ଟରଟେନମେଣ୍ଟ ଜରିଆରେ ଏକ ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମ ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗଷ୍ଟାର କରିମ୍ ଲାଲାଙ୍କ ଜୀବନୀ ଉପରେ ଆଧାରିତ ହେବ। ସୂଚନା ଅନୁସାରେ ଅହମଦ ଖାନଙ୍କ ଆସିଷ୍ଟାଣ୍ଟ ଅଦନାନ ଶେଖ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଅହମଦ ଖାନଙ୍କ ‘ବାଗୀ-୨’ ହିଟ୍ ହୋଇଥିଲା। ସେହି ଫିଲ୍ମରେ ଟାଇଗର ଶ୍ରଫ୍ ଏବଂ ଦିଶା ପଟାନୀ କାମ କରିଥିଲେ।