ଚିକିତ୍ସା ପାଇଁ ବିଦେଶ ଯିବା ପୂର୍ବରୁ କୋକିଲାବେନ ହସ୍ପିଟାଲରେ ପହଞ୍ଚିଲେ ସଞ୍ଜୟ ଦତ୍ତ
16/08/2020 at 11:16 AM

ମୁମ୍ବାଇ ୧୬/୦୮ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କ ପରିବାର ଓ ପ୍ରଶଂସକ ଚିନ୍ତିତ ଅଛନ୍ତି | ଗତ ସପ୍ତାହରେ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏହାପରେ ତାଙ୍କୁ ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସର ହୋଇଥିବା ଜଣାପଡିଥିଲା | ରିପୋର୍ଟ ଅନୁଯାୟୀ, ସଞ୍ଜୟ ଦତ୍ତ ଚତୁର୍ଥ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି | ଚିକିତ୍ସା ପାଇଁ ସେ ଖୁବ ଶୀଘ୍ର ବିଦେଶ ଯାଇପାରନ୍ତି | ସଞ୍ଜୟ ଦତ୍ତ ବର୍ତ୍ତମାନ ମୁମ୍ବାଇ କୋକିଲାବେନ ହସ୍ପିଟାଲ ଯାଇଛନ୍ତି | ହସ୍ପିଟାଲ ବାହାରୁ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି | ସେ କାହିଁକି ହସ୍ପିଟାଲ ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ |

କ୍ୟାନସରରେ ପୀଡିତ ହେବା ନେଇ ସଞ୍ଜୟ ଦତ୍ତ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ | ଏହାପରେ ମିଡ଼ିଆ ରିପୋର୍ଟରେ କୁହାଯାଇଥିଲା ଯେ ତାଙ୍କୁ ଚତୁର୍ଥ ଷ୍ଟେଜ କ୍ୟାନସର ଅଛି ଏବଂ ଚିକିତ୍ସା ପାଇଁ ସେ ଖୁବ ଶୀଘ୍ର ଆମେରିକା ଯାଇପାରନ୍ତି | ଶନିବାର ଦିନ ତାଙ୍କୁ ମୁମ୍ବାଇ କୋକିଲାବେନ ହସ୍ପିଟାଲ ବାହାରେ ସ୍ପଟ କରାଯାଇଥିଲା | ମାନବ ମଙ୍ଗଲାନି ତାଙ୍କ ଫଟୋ ସେୟାର କରିଛନ୍ତି | ସଞ୍ଜୟ ନିଜ ଭଉଣୀ ପ୍ରିୟା ଦତ୍ତଙ୍କ ସହିତ ହସ୍ପିଟାଲ ଯାଇଥିଲେ |
ଚିକିତ୍ସା ପାଇଁ ଯିବା ପୂର୍ବରୁ ସେ ନିଜର ଆଗାମୀ ଫିଲ୍ମ ସଡକ-୨ ର ଡବିଙ୍ଗ ପୁରା କରିବେ ବୋଲି କୁହାଯାଉଛି | ସେ ଡବିଙ୍ଗ କାମ ଆରମ୍ଭ କରିସାରିଥିଲେ | କିନ୍ତୁ ସ୍ୱାସ୍ଥ୍ୟବସ୍ତା ଖରାପ ହେବାପରେ କାମ ଅସମ୍ପୂର୍ଣ୍ଣ ରହିଯାଇଛି | କାମ ପୁରା କରି ସେ ଚିକିତ୍ସା ପାଇଁ ବିଦେଶ ଯିବେ |