ଭାଇସ ଆଡମିରାଲ ସଞ୍ଜୟ ଭଲ୍ଲା ହେଲେ ନୌସେନା ଚିଫ ଅଫ୍ ପର୍ସନେଲ, ସମ୍ଭାଳିଲେ ଦାୟିତ୍ୱ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୫: ଭାଇସ ଆଡମିରାଲ ସଞ୍ଜୟ ଭଲ୍ଲା ଶୁକ୍ରବାର ଭାରତୀୟ ନୌସେନାର ଚିଫ୍ ଅଫ ପର୍ସନେଲ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ସେ ୩୫ ବର୍ଷର ସେବା କାଳରେ ଜଳ ଓ କୂଳ ଉଭୟ ପରିଚାଳନା ନିଯୁକ୍ତିରେ କାର୍ଯ୍ୟ କରିଛନ୍ତି। ସଞ୍ଚାର ଓ ଇଲେକ୍ଟ୍ରୋନିକ ଯୁଦ୍ଧରେ ବିଶେଷଜ୍ଞତା ହାସଲ କରିଥିବା ଅଧିକାରୀ ଅନେକ ଯୁଦ୍ଧପୋତରେ ବିଶେଷଜ୍ଞ ରୂପେ  ଦାୟିତ୍ୱ ସମ୍ଭାଳିଛନ୍ତି। ବିଶିଷ୍ଟ ସେବା ନିମନ୍ତେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ସମେତ ନୌସେନା ପଦକ ଓ ପ୍ରଶସ୍ତିରେ ସମ୍ବର୍ଦ୍ଧିତ  କରାଯାଇଛି। 

ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ୧ ଜାନୁୟାରୀ ୧୯୮୯ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ସେ ଆଇଏନଏସ୍ ନିଶଙ୍କ, ଆଇଏନଏସ୍ ତାରାଗିରି, ଆଇଏନଏସ୍ ବ୍ୟାସ ଓ ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟ୍ ମଧ୍ୟ ନିଯୁକ୍ତ ହୋଇଥିଲେ। ସେ ନୌସେନା ମୁଖ୍ୟାଳୟରେ ସହାୟକ କାର୍ମିକ ମୁଖ୍ୟ (ମାନବସମ୍ବଳ) ସମେତ ଗୁରୁତ୍ୱପୂର୍ଣ୍ଣ ଷ୍ଟାଫ ନିଯୁକ୍ତିରେ କାର୍ଯ୍ୟ କରିଛନ୍ତି। ଭାଇସ ଆଡମିରାଲ ଭଲ୍ଲା ନୌସେନା ଆକାଡେମୀରେ ଅଧିକାରୀମାନଙ୍କ ପ୍ରଶିକ୍ଷଣର ନେତୃତ୍ୱ ମଧ୍ୟ ନେଇଥିଲେ ଓ ବିଦେଶରେ କୂଟନୈତିକ କାର୍ଯ୍ୟଭାର ମଧ୍ୟ ସମ୍ଭାଳିଥିଲେ। 

ଚିଫ ଅଫ ପର୍ସନାଲ ରୂପେ ଦାୟିତ୍ୱ ନେବା ପୂର୍ବରୁ ସେ ନୌସେନା ୱେଷ୍ଟର୍ଣ୍ଣ କମାଣ୍ଡ ଚିଫ୍ ଅଫ ଷ୍ଟାଫ ଥିଲେ। ସେ ଅପରେସନ ‘ସଂକଳ୍ପ’ ଓ ସିନ୍ଧୁ ଦୁର୍ଗରେ ନେଭି ଡେ ଅପରେସନ ଡେମୋ୨୦୨୩ ଭଳି କାର୍ଯ୍ୟକ୍ରମର ନିରୀକ୍ଷଣ କରିଥିଲେ। ସେ ଲଣ୍ଡନକେ ରୟାଲ କଲେଜ ଅଫ ଡିଫେନ୍ସ ଷ୍ଟଡିଜ୍ ଏବଂ ୱିଲିଂଟନର ନାଭାଲ ୱାର କଲେଜଓ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ କଲେଜ୍ ର ଛାତ୍ର ଥିଲେ। ତାଙ୍କ ଶିକ୍ଷାଗତ ଉପଲବ୍ଧିରେ ପ୍ରତିରକ୍ଷା ଓ ରଣନୈତିକ ଅଧ୍ୟୟନରେ ଏମ.ଫିଲ, ଲଣ୍ଡନ କିଙ୍ଗସ କଲେଜରୁ ଅନ୍ତର୍ଜାତୀୟ ସୁରକ୍ଷା ଓ ରଣନୈତିକ ଅଧ୍ୟୟନରେ ସ୍ନାତକୋତ୍ତର, ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମଏସସି ଓ ସିୟୁଏସଏଟିରେ ଏମଏସସି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.