'ସତ୍ୟବାଦୀ' ବିବାଦ : ଶଙ୍ଖ ଭବନରେ ବୈଠକ ପରେ ନବୀନ ନିବାସରେ ସଞ୍ଜୟ-ଉମା

Published By : Prameya-News7 Bureau | February 28, 2024 IST

ଭୁବନେଶ୍ୱର ୨୮।୦୨ : ସତ୍ୟବାଦୀ ନିର୍ବଚନୀ ମଣ୍ଡଳୀ ବିବାଦ । ନବୀନ ନିବାସରେ ସଞ୍ଜୟ ଦାଶବର୍ମା ଏବଂ ଉମା ସାମନ୍ତରାୟ । ପ୍ରଥମେ ଶଙ୍ଖ ଭବନରେ ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା । ଏହାପରେ ପରେ ଉଭୟ ନେତା ନବୀନ ନିବାସ ଯାଇଛନ୍ତି । ସତ୍ୟବାଦୀ ବିବାଦ ସଂପର୍କରେ ଉଭୟଙ୍କ ସହ ଆଲୋଚନା ହୋଇଥିବା ସୂଚନା ରହିଛି ।

ଖବର ଅନୁଯାୟୀ, ସତ୍ୟବାଦୀ ବିଧାନସଭା ଆସନରୁ ପ୍ରାର୍ଥିତ୍ୱକୁ ନେଇ ବିବାଦ ଦେଖାଦେଇଥିଲା । ଏପିରିକି ମଙ୍ଗଳବାର ଦିନ ସଞ୍ଜୟ ଦାଶବର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେବା କଥା କହୁଥିବାର ଦେଖିବାକୁ ମିଳିଛି । ଏହାବାଦ୍‌ ସ୍ଥାନୀୟ ଲୋକ ମଧ୍ୟ ସଞ୍ଜୟଙ୍କ ପ୍ରାର୍ଥୀ କରିବାକୁ କହୁଥିଲେ । ହେଲେ ଏହି ଭାଇରାଲ ଭିଡିଓର ଜବାବ ଦେଇ ଉମା ସାମନ୍ତରାୟ କହିଥିଲେ ଯେ, ସତ୍ୟବାଦୀରେ ମୋ ଜନ୍ମ ସ୍ଥାନ । ସତ୍ୟବାଦୀରେ ମୁଁ ପାରୁ ପର୍ଯ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ମୁଁ ସଂଗଠନକୁ ସୁଦୃଢ କରିଛି । ମୁଁ ସେଠି ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି । ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲିନଥିଲା ମୁଁ ୨୦୧୯ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରିପାରି ନଥିଲେ । ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି । ତେଣୁ ଉମାକାନ୍ତ ସାମନ୍ତରାୟ କହିଲେ ସତ୍ୟବାଦୀ ।

wp:embed {"url":"https://www.prameyanews7.com/mla-umakanta-samantaray-reaction-over-candidate-race-for-satyabadi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mla-umakanta-samantaray-reaction-over-candidate-race-for-satyabadi/
/wp:embed

ତେବେ ବିବାଦ ବଢୁଥିବା ଦେଖି ଦୁଇ ନେତାଙ୍କୁ ନେଇ ବୈଠକ ଡାକିଥିଲା ବିଜୁ ଜନତା ଦଳ । ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖ ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବସିଥିଲା ବୈଠକ । ଉମା ସାମନ୍ତରାୟ ସଞ୍ଜୟ ଦାସବର୍ମାଙ୍କ ସମେତ ମାନସ ମଙ୍ଗରାଜ ଏବଂ ପ୍ରଣବ ବଳବନ୍ତରାୟ ଏବଂ ପୁରୀ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଉଭୟ ନେତା ନବୀନ ନିବାସ ଯାଇଥିଲା । ସେଠାରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.