୨ ଘଣ୍ଟାରେ ଖୋଜିଲେ ୧୮ ହଜାର କିଲୋ ଅଳିଆ, ସଫେଇକର୍ମୀ ପାଇଲେ ଦାମୀ ଜିନିଷ...

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧; ଅନେକ ସମୟରେ ଘର ସଫା କରିବା ସମୟରେ ଦାମୀ ଜିନିଷ ହଜିଯାଇଥାଏ । ଯାହା ମୁଣ୍ଡ ବିନ୍ଧାର କାରଣ ପାଲଟେ । ବର୍ତ୍ତମାନ ଏପରି ଏକ ଘଟଣା ନ୍ୟୁ ହାମ୍ପସାୟରରେ ଘଟିଛି । ଜଣେ ମହିଳାଙ୍କର ଅଳିଆ ଗଦାରେ ହଜିଯାଇଛି ଓ୍ବେଡିଂ ରିଙ୍ଗ୍ । ଆଉ ଏହାପରେ ଯାହା ହୋଇଛି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

{"id":876684,"width":841,"height":413,"sizeSlug":"full","linkDestination":"none"}

ବାସ୍ତବରେ ଏହି ମହିଳା ଜଣକ ନିଜ ଓ୍ବେଡିଂ ରିଙ୍ଗ୍ ଖୋଜିବା ପାଇଁ ସଫେଇ କର୍ମଚାରୀଙ୍କର ସାହାଯ୍ୟ ନେବାକୁ ପଡିଥିଲା । ଆଉ ଏହି ମୁଦିକୁ ଖୋଜିବା ପାଇଁ ପ୍ରାୟ ୨୦ ଟନ୍‌ ଅଳିଆଗଦା ଖୋଳିଥିଲେ ସଫେଇ କର୍ମଚାରୀ  । ଆଉ ଏହାପରେ ହିଁ ମହିଳାଙ୍କୁ ମିଳିଥିଲା ତାଙ୍କ ବିବାହ ମୁଦି । ଖାସ୍‌ କଥା ହେଉଛି ୧୮ହଜାର କିଲୋର ଅଳିଆରୁ ମୁଦିକୁ ଖୋଜିବାକୁ କର୍ମଚାରୀଙ୍କୁ ଲାଗିଥିଲା ୨ ଘଣ୍ଟା ସମୟ ।  

{"id":876685,"sizeSlug":"full","linkDestination":"none"}

ଖବର ଅନୁଯାୟୀ ମହିଳା ଜଣକ ସିସିଟିଭି ଆଧାରରେ ଅଳିଆଗଦାର ଲୋକେସନ୍‌କୁ ମାର୍କ କରିଥିଲେ । ଏହାପରେ ସେ କର୍ମଚାରୀଙ୍କୁ କହି ମୁଦିକୁ ଖୋଜେଇଥିଲେ । ଦୀର୍ଘ ୨ ଘଣ୍ଟା ପରେ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ରିଙ୍ଗଟି ମିଳିଥିଲା । ସଫେଇ କର୍ମଚାରୀ କହିଛନ୍ତି କି ସେ ୨ ବର୍ଷରେ ଏହା ୩ୟ ଥର ପାଇଁ ଏପରି ଜିନିଷ ଖୋଜିଛନ୍ତି ।

You Can Read:

wp:embed {"url":"https://www.prameyanews7.com/bhubanehwar-manisha-padhi-from-odisha-becomes-the-country-first-female-adc/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhubanehwar-manisha-padhi-from-odisha-becomes-the-country-first-female-adc/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.