ପରିମଳ ବ୍ୟବସ୍ଥା ହେବ ସୁଦୃଢ଼: ଅନେକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
4/12/2020 at 6:48 PM

ସୁନ୍ଦରଗଡ଼ ୦୪।୧୨: ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ମହାନଗର ନିଗର ୪ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ୨୨ଟି ମିଶନ ଶକ୍ତି ଗୃହ ଏବଂ ପାନପୋଷ ଠାରେ ନିର୍ମିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ଅଧୀନରେ ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା ଓ କୋଇଡ଼ା ବ୍ଲକ ଅଞ୍ଚଳର ପରିମଳକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ୨୪ପ୍ରକାର ୧୯୦ଟି ଗାଡ଼ି ଏବଂ ଅତ୍ୟାଧୁନିକ ମେସିନ୍ ପ୍ରଦାନ କରାଯିବ। ଏଣିକି ମେସିନ ସହାୟତାରେ ଆବର୍ଜନା ସଂଗ୍ରହ କରାଯିବ। ଏଥି ପାଇଁ ଆସନ୍ତା ୩ବର୍ଷରେ ୬୭କୋଟି ୬୪ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023