ସାନିୟା ମିର୍ଜାଙ୍କ ଭଉଣୀ ବିବାହ କରିବେ ଏହି କ୍ରିକେଟରଙ୍କ ପୁଅଙ୍କୁ, ଜାଣନ୍ତୁ

Published By : Prameya-News7 Bureau | April 30, 2019 IST

ମୁମ୍ୱାଇ୩୦|୪: ଭାରତୀୟ ଟେନିସ ଷ୍ଟାର ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍‌ଙ୍କ ପତ୍ନୀ ସାନିୟା ମିର୍ଜାଙ୍କ ଭଉଣୀ ୨୦୧୬ ମସିହାରେ ଜଣେ ବିଜନେସ ମ୍ୟାନଙ୍କୁ ବିବାହ କରିଥିଲେ। ସାନିୟାଙ୍କ ଭଉଣୀ ଅନମ ବିଜନେସ ମ୍ୟାନ ଅକବର ରାସିଦିନଙ୍କୁ ପ୍ରଥମେ ବିବାହ କରିଥିଲେ।  

{"id":108926}

ଛାଡପତ୍ର ଦେଲା ପରେ ଦ୍ବତୀୟ ବିବାହ କରିବା ପାଇଁ ଅନମ ପ୍ରସ୍ତୁତ ଥିଲେ। ଅନମଙ୍କ ପ୍ରଥମ ବିବାହରେ ଅଧିକାଂଶ ବଲିଉଡ କଳାକାର ଓ କ୍ରିକେଟ ତାରକା ସାମିଲ ହୋଇଥିଲେ। ଅଭିନେତା ସଲମାନ ଖାନ ସାନିୟାଙ୍କ ସହ ମିଶି ଅନମଙ୍କ ବିବାହରେ ଖୁବ୍‌ ନାଚିଥିଲେ।  କିନ୍ତୁ ବିବାହର ବର୍ଷେ ପରେ ଅନମ ଓ ଅକବରପରସ୍ପରଠୁ ଅଲଗା ହୋଇଥିଲେ।

{"id":108927}

ଏବେ ଅନମ କ୍ରିକେଟର ମହମ୍ମଦ ଅଜହରଉଦ୍ଦିନଙ୍କ ପୁଅ ଅସଦଙ୍କୁ ଡେଟ କରୁଛନ୍ତି। କିଛି ଦିନ ତଳେ ଅନମ ଅସଦଙ୍କ ପରିବାରର ଫଟୋ ସେୟାର କରିଥିଲେ। ଏହି ଫଟୋରେ ସାନିୟା ଦିଲ୍‌ ଇମୋଜି ସେନ୍‌ଡ କରିଥିଲେ। ପରିବାରର ପ୍ରତିଶ୍ରୁତି ମିଳିବା ପୂର୍ବରୁ ସାନିୟା ଭଉଣୀ ଅନମଙ୍କ ରିଲେସନଶିପ ନେଇ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ସାନିୟା ଅନମଙ୍କ ପାଇଁ ନିଜ ଖୁସି ମଧ୍ୟ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.