ଏହି କାରଣରୁ ଅଟକି ରହିଛି ସାନିଆ-ଶୋଏବଙ୍କ ଛାଡପତ୍ର, ସୁଟିଂ ଶେଷ ପରେ ହେବେ ଅଲଗା !
27/11/2022 at 12:16 PM

ମୁମ୍ଵାଇ ୨୭।୧୧: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ। ଦୁହେଁ ଷ୍ଟାର ଖେଳାଳୀ। କିଛି ସମୟ ହେବ ଦୁହିଁଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ରହିଆସିଥିଲା। କଳ୍ପନାଜଳ୍ପନା ହେଉଥିଲା କି ଉଭୟ ଛାଡପତ୍ର ନେଇ ସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ଦମ୍ପତିଙ୍କଠାରୁ ଅଲଗା ହେବା ପାଇଁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ଏଭଳି ପରିସ୍ଥିତିରେ, ଶୋଏବ ଏବଂ ସାନିଆଙ୍କୁ ପ୍ରକୃତରେ ଛାଡପତ୍ର ହୋଇଛି କି ? ଯଦି ନାହିଁ ତେବେ କେଉଁ କାରଣରୁ ଏପର୍ଯ୍ୟନ୍ତ ସେମାନେ କନଫର୍ମ କରିନାହାନ୍ତି।
କୁହାଯାଉଥିଲା କି ପୂର୍ବରୁ ସାନିଆ ଏବଂ ଶୋଏବଙ୍କ ସମ୍ପର୍କ ମଧ୍ୟରେ କିଛି ଭଲ ଚାଲୁନାହିଁ। ନିକଟରେ ସାନିଆଙ୍କ ଦୁଃଖ ଭରା ପୋଷ୍ଟ ମଧ୍ୟ ଭାଇରାଲ୍ ହୋଇଥିଲା। ରିପୋର୍ଟ ଅନୁଯାୟୀ କିଛି ଖବର ସାମ୍ନାକୁ ଆସିଛି। ଯାହା ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ଛାଡପତ୍ରର ଗୁଜବକୁ ଆହୁରି ବଢାଇ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ ସାନିଆ ଏବଂ ଶୋଏବଙ୍କର ଜଣେ ବନ୍ଧୁ ନିଶ୍ଚିତ କରିଛନ୍ତି ଯେ ଉଭୟେ ଛାଡପତ୍ର ହୋଇଛନ୍ତି।
କିନ୍ତୁ କିଛି ଆଇନଗତ ସମସ୍ୟା ହେତୁ ସେମାନେ ସରକାରୀ ଘୋଷଣା କରିନାହାଁନ୍ତି। ଏଥି ସହିତ ସାନିଆ ଏବଂ ଶୋଏବ ଏକ ଦମ୍ପତି ଭାବରେ ବିଭିନ୍ନ ସୋ ପାଇଁ ସାଇନ୍ କରିଛନ୍ତି ବୋଲି କୁହାଯାଇଛି। ଏଭଳି ପରିସ୍ଥିତିରେ, ଏହି ଡିଲ୍କୁ ଧ୍ୟାନରେ ରଖି ଶୋ’ର ସୁଟିଂ ଶେଷ ହେବା ପରେ ଦୁହେଁ ଛାଡପତ୍ର ପାଇଁ ଆବେଦନ କରିବେ। ଏହି ଆଇନଗତ ପ୍ରତିବନ୍ଧକ ଯୋଗୁଁ ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଅଟକି ରହିଛି।