AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ସାନିଆ ମିର୍ଜା ଆହତ, ଖେଳିବେନି ୟୁଏସ ଓପନ : ଏବର୍ଷ ନେବେନି ଅବସର !

23/08/2022 at 2:31 PM

ନୂଆଦିଲ୍ଲୀ, ୨୩|୦୮: ଭାରତୀୟ ଷ୍ଟାର୍ ଟେନିସ ମହିଳା ଖେଳାଳି ସାନିଆ ମିର୍ଜା ନିଜ ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସେ ଆହତଜନିତ କାରଣରୁ ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରସ୍ତ ନେଇଯାଇଛନ୍ତି । ସାନିଆ ନିଜେ ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।  

୩୫ ବର୍ଷୀୟ ସାନିଆ ଚଳିତ ବର୍ଷ ଆରମ୍ଭରୁ ନିଜ ଅବସର ବାବଦରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଏହି ବର୍ଷ ତାଙ୍କର ଟେନିସ୍ କ୍ୟାରିଅରର ଶେଷ ବର୍ଷ ହେବ । ବର୍ଷ ଶେଷରେ ସେ ଟେନିସକୁ ବାଏବାଏ କରିବେ ।

କିନ୍ତୁ ଏବେ ସାନିଆ ନିଜ ପୋଷ୍ଟରେ କହିଛନ୍ତି ଯେ, ସେ ନିଜ ଅବସର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରନ୍ତି । ଅର୍ଥାତ ସେ ଚଳିତ ବର୍ଷ ଅବସର ନନେଇପାରନ୍ତି । ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତେବେ ଚଳିତ ବର୍ଷ ୟୁଏସ ଓପନ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୧ ଯାଏଁ ଖେଳାଯିବ ।

sania mirza retirement plan

ସାନିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଏମିତି

୬ ଥରର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ ସାନିଆ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ଏକ ଅପଡେଟ୍ ଅଛି । କିଛି ଭଲ ଖବର ରହିଛି । ଦୁଇ ସପ୍ତାହ ପୂର୍ବରୁ କାନାଡାରେ ତାଙ୍କୁ ଆଘାତ ଲାଗିଥିଲା । ପରେ ଏହା ଗୁରୁତର ବୋଲି ଜଣାପଡିଥିଲା । କିଛି ସପ୍ତାହ ସେ ଖେଳରୁ ବାହାରେ ରହିବେ । ଏହାସହ ସେ ୟୁଏସ ଓପନରୁ ବାହାରିଯାଉଛନ୍ତି । ଏହା ଠିକ୍ ନୁହେଁ । ଏହା ତାଙ୍କ ଅବସର ନିଷ୍ପତ୍ତି ବଦଳାଇପାରେ । କିନ୍ତୁ ସେ ନିଜ ପ୍ରଶଂସକଙ୍କ ପାଇଁ ପୋଷ୍ଟ୍ କରୁଥିବେ ବୋଲି କହିଛନ୍ତି ।

   Related Posts