ବଜାରରୁ ଫେରିବାବେଳେ ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର

Published By : Prameya-News7 Bureau | April 25, 2022 IST

ଭଦ୍ରକ ୨୫/୦୪: ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର । କଟକ ସ୍ଥାନାନ୍ତର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ରୁ ଏମିତି ଘଟଣା ସାମ୍ନାକୁ ଆସିଛି । ନମକଣା ଗ୍ରାମର ପିତାମ୍ବର ଜେନା ଗତକାଲି ରାତି ସମୟରେ ମଞ୍ଜୁରୀରୋଡ଼ ବଜାରରୁ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ନମକଣା କେନାଲ ରାସ୍ତାରେ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତ ମାନେ ପିତାମ୍ବରଙ୍କ ଗୋଡ, ହାତ ଓ ମୁଣ୍ଡକୁ ହାଣିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମଞ୍ଜୁରୀରୋଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.