ବିବାହର ବର୍ଷେ ପରେ ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ ଓ ସ୍ତ୍ରୀ
8/02/2020 at 6:57 PM

ଉମରକୋଟ୮/୨: ବିବାହର ବର୍ଷେ ପରେ ଆରପାରିକୁ ସାଙ୍ଗ ହେଇ ଚାଲିଗଲେ ସ୍ବାମୀ ଓ ସ୍ତ୍ରୀ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଗେଟଗୁଡ଼ା ନିକଟସ୍ଥ ଜଙ୍ଗଲର ଗୋଟିଏ କୁଡ଼ିଆରୁ ନବ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
ଗ୍ରାମବାସୀଙ୍କ କହିବା ମୁତାବକ ଶୁକ୍ରବାର ରାତିରେ ଦଶମତ ଭତ୍ରାଙ୍କ ସାନ ପୁଅ ନିତ୍ୟା ଭତ୍ରା ଓ ବୋହୂ ରୀନା ଗଣ୍ଡଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି। ନିତ୍ୟା ଭଦ୍ରା ଓ ରୀନା ଗଣ୍ଡ ଏକବର୍ଷ ହେଲା ପ୍ରେମ ବିବାହ କରିଥିଲେ। ଘର ସଂସାର ଭଲରେ ଚାଲିଥିଲା। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।ଏହି ଘଟଣାରେ ପରେ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।