ମଦ ନିଶା: ସାଙ୍ଗ ନେଲା ସାଙ୍ଗର ଜୀବନ

Published By : Prameya-News7 Bureau | December 22, 2020 IST

ସମ୍ବଲପୁର୨୨/୧୨: ମଦ ନେଲା ସାଙ୍ଗର ଜୀବନ। ମଦ ନିଶାରେ ସାଙ୍ଗ ନେଇଗଲା ସାଙ୍ଗର ଜୀବନ। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ମଙ୍ଗଳପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ମଙ୍ଗଳପୁର ଗାଁର ଗେନ୍ଦ୍ରା କୁଜୁର ଓ ଭୀମ ନାଏକ ଦୁଇ ଜଣଙ୍କ ବୟସ ପାଖାପାଖି ସମାନ ଓ ଭଲ ସାଙ୍ଗ ମଧ୍ୟ |

ଜଣଙ୍କ ବୟସ ୬୯ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୬୮ ବର୍ଷ| ହେଲେ ମଦ ନିଶା ଜଣଙ୍କ ଜୀବନ ନେଲା ଓ ଜଣଙ୍କୁ ଜେଲ୍ ସଜା ଦେଲା | ଦୁଇ ଜଣ ମଦ ପିଇଥିଲେ। ସାମାନ୍ୟ କଥାରୁ ପାଟିତୁଣ୍ଡ ହୋଇଥିଲା | ତେବେ ମଦ ନିଶାରେ ଭୀମ ଉତକ୍ଷିପ୍ତ ହୋଇ ଛୋଟ ଶାବଳରେ ଗେନ୍ଦ୍ରାଙ୍କୁ ପିଟିଥିଲେ | ତେବେ ଶକ୍ତ ମାଡ ହୋଇଥିବାରୁ ଗେନ୍ଦ୍ରାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ କିସିଣ୍ଡା ପୋଲିସ ଭୀମକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.