scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍ଗଳବାର ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନ ୫ଟା ଯାଏଁ ଚାଲିବ

27/06/2023 at 7:31 AM

ପୁରୀ ୨୭।୦୬: ମଙ୍ଗଳବାର ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ।

ତେବେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବା ସହିତ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାରଦେଇ ବାହାରିବେ । ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ କରିପାରିବେ। ଅପରାହ୍ନ ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପ୍ରସ୍ତୁତି ଆରମ୍ଭ ହେବ।

ସେହିପରି ବୁଧବାର ଦିନ ପବିତ୍ର ବାହୁଡା ଯାତ୍ରା । ୨୯ତାରିଖରେ ରଥ ଉପରେ ସୁନାବେଶ ହେବ । ଜୁଲାଇ ୧ରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

You Can Read :

   Related Posts