କାଲି ବାହୁଡା, ଆଜି ସଂଧ୍ୟା ୭ଟା ପରେ ଶ୍ରୀଜୀଉଙ୍କ ସାଂଧ୍ୟ ଦର୍ଶନ ବନ୍ଦ, ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ

Published By : Prameya-News7 Bureau | July 11, 2019 IST

ପୁରୀ୧୧|୭: ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ । ଆଉ କିଛି ସମୟ ପରେ ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ସରିଯିବ । ପୁଣି ଆର ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ । ସଂଧ୍ୟାଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ସଂଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ହୋଇଯିବ । ଏହାପରେ ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଚାଲିବ ପ୍ରସ୍ତୁତି ।….

{"id":132705}

ସେ ଶମ୍ଭୁପାଣି । ସେ ଚକ୍ରପାଣି । ସେ ସାରା ଜଗତର ପାଳନକର୍ତ୍ତା । ସେ ପୁରୁଷୋତ୍ତମ । ସେଇଥି ପାଇଁ ତ ଆଜି ପୁରୁଷୋତ୍ତମ କ୍ଷେତ୍ରରେ ତାଙ୍କ ଦର୍ଶନ ମାତ୍ରକ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦର୍ଶନ ବା ସଂଧ୍ୟା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଥିଲା । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇ ପୁରି ଉଠିଥିଲା ଭକ୍ତର ମନ ।

{"id":132707}

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ । ସେଥିପାଇଁ ମଧ୍ୟ ପ୍ରସ୍ତୁତି ଦରକାର । ତେଣୁ ଆଜି ସଅଳ ସଅଳ ଠାକୁରଙ୍କ ନୀତିକାନ୍ତି ହୋଇଛି । ଏମିତିକି ସଂଧ୍ୟା ୭ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ଏହା ପରେ ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି କରାଯିବ ।

{"id":132710}

ଆଜି ସଂଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପୁଣି କାଲି ବାହୁଡ଼ାଯାତ୍ରା, ଏମିତିରେ ପୋଲିସ ପ୍ରଶାସିନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଉପରେ ଗୁରୁତ୍ବ ଦିଆଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ ଢ଼ଙ୍ଗରେ ପରିଚାଳନା ବ୍ୟବସ୍ଥା କରାଯାଇଛି ।

{"id":132711}

ଜନ୍ମବେଦୀରେ କାଳିଆ ଠାକୁରଙ୍କୁ ବ୍ୟସ୍ତକଲାଣି ମାଉସୀ ଘର ପୋଡ଼ ପିଠାର ମହକ । ବାହୁଡ଼ାଯାତ୍ରାରେ ମାଉସୀମା’ଙ୍କ ପାଖରେ ଟିକିଏ ଅଟକି ପୋଡ଼ପିଠା ଖାଇବାକୁ ମନ ଉଚ୍ଛନ୍ନ ହେଲାଣି । ସେପଟେ କଳାଶ୍ରୀମୁଖଙ୍କ ଅନ୍ତରର କଥାକୁ ବୁଝି ତାଙ୍କ ପାଇଁ ପୋଡ଼ ପିଠା ପ୍ରସ୍ତୁତିରେ ଲାଗିଛନ୍ତି ସେବାୟତ ।

{"id":132712}

କାଲି ବାହୁଡ଼ିବା ବେଳେ ମାଉସୀମା ମନ୍ଦିର ନିକଟରେ ଅଟକିବେ ତିନି ରଥ । କୁଡ଼ୁଆରେ ଲାଗିହେବ ପୋଡ଼ପିଠା । ପୋଡ଼ପିଠା ଖାଇ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜିଉ । ଶନିବାର ରଥାରୁଡ଼ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ସୁନାବେଶରେ ଦର୍ଶନ କରିବେ ଭକ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.