'ପଗଡ଼ି ପିନ୍ଧିଛି ବୋଲି ଖଲିସ୍ତାନୀ ଡାକୁଛନ୍ତି, କେସ୍ ଠୁକିବି ', ପଶ୍ଚିମବଙ୍ଗ ବିଜେପି ନେତାଙ୍କୁ ଆଇପିଏସ୍ ଅଫିସରଙ୍କ ରୋକ୍‌ଠୋକ୍‌

Published By : Prameya-News7 Bureau | February 20, 2024 IST

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସନ୍ଦେଶଖାଲିରେ ମହିଳାଙ୍କ ସହ ଯୌନ ହିଂସା ମାମଲାରେ ବିରୋଧୀ ଦଳ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ଅନେକ ବିଜେପି ବିଧାୟକ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଆଇପିଏସ୍ ଅଧିକାରୀ ଯଶପ୍ରୀତ ସିଂ ଅଟକାଇଥିଲେ। ଏହି ସମୟରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ କେହି ଜଣେ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଡାକିଥିଲେ। ଏହାକୁ ନେଇ ବିଜେପି ବିଧାୟକ ଓ ଆଇପିଏସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। କଂଗ୍ରେସ ଓ ଟିଏମସି ମଧ୍ୟ ଭିଡିଓକୁ ସେୟାର କରି ଘଟଣାର ନିନ୍ଦା କରିଛନ୍ତି।

wp:heading {"level":4}

Also read- ଲୋକସଭା ନିର୍ବାଚନରେ ଶିବରାଜ ସିଂଙ୍କୁ ମୈଦାନକୁ ଓହ୍ଲାଇପାରେ ବିଜେପି, ଏହି ଆସନରୁ କରିପାରେ ପ୍ରାର୍ଥୀ

/wp:heading

ଭିଡିଓରେ ଆଇପିଏସ୍ ଅଧିକାରୀ ଯଶପ୍ରୀତ ସିଂଙ୍କୁ ଏହା କହୁଥିବା ଶୁଣିବାକୁ ମିଳିଛି ଯେ, ଆପଣ ମୋତେ ଖଲିସ୍ତାନୀ କହୁଛନ୍ତି, କାରଣ ମୁଁ ପଗଡ଼ି ପିନ୍ଧିଛି ? କଣ ଆପଣଙ୍କ ଏମିତି ସାହାସ ? ଯଦି କେହି ପୋଲିସ କର୍ମଚାରୀ ପଗଡ଼ି ପିନ୍ଧି ଡ୍ୟୁଟି କରିବେ ତେବେ କଣ ସେ ଖଲିସ୍ତାନୀ ହୋଇଯିବେ ? କଣ ଏହା ଆପଣଙ୍କର ସ୍ତର ? ଆଇପିଏସ୍‌ ଅଧିକାରୀ ଜଣକ  ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମେତ ଅନ୍ୟ ବିଜେପି ବିଧାୟକଙ୍କୁ ଏହା କହୁଥିବା ସ୍ପଷ୍ଟ ଶବ୍ଦରେ ଶୁଣିବାକୁ ମିଳିଛି।

wp:html /wp:html

୨୦୧୬ ବ୍ୟାଚର ଆଇପିଏସ୍ ଅଧିକାରୀ ଏହା ମଧ୍ୟ କହିଛନ୍ତି, ଆପଣ ମୋତେ ଖଲିସ୍ତାନୀ କହୁଛନ୍ତି। ମୁଁ ଆପଣଙ୍କ ବିରୋଧରେ କେସ୍ କରିବି। ମୁଁ ତ ଆପଣଙ୍କ ଧର୍ମ ବିଷୟରେ ଆପଣଙ୍କୁ କିଛି କହିନି। ଜଣେ ପୋଲିସ ଅଫିସର ଯିଏ ପଗଡ଼ି ପିନ୍ଧି ଡ୍ୟୁଟି କରୁଛି ତାଙ୍କୁ ଆପଣ ଖଲିସ୍ତାନୀ ଡାକୁଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେପି ବିଭାଜନକାରୀ ରାଜନୀତି କରୁଛି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ମୁଁ ଆମ ଦେଶ ପାଇଁ ବଳିଦାନ ଦେଇଥିବା ଶିଖ ଭାଇ ଓ ଭଉଣୀଙ୍କୁ ଦୁର୍ବଳ କରିବା ପାଇଁ ଏହି ଦୁଃସାହସିକ ଉଦ୍ୟମକୁ କଡ଼ା ଶବ୍ଦରେ ନିନ୍ଦା କରୁଛି। ଆମେ ପଶ୍ଚିମବଙ୍ଗର ସାମାଜିକ ସୌହାର୍ଦ୍ଦ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଓ ଏହାକୁ ଯିଏ ରୋକିବାକୁ ପ୍ରୟାସ କରିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

wp:html /wp:html

ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି, ଆମେ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଏମିତି କିଛି ବୟାନ ଦେଇ ନାହୁଁ। ଆମେ ସର୍ବଦା ଜାତୀୟତାବାଦୀ ରାଜନୀତି କରିଥାଉ। ପାକିସ୍ତାନୀ ଓ ଖଲିସ୍ତାନୀଙ୍କୁ ବିରୋଧ କରୁ କିନ୍ତୁ ଆମେ ଜଣେ ପୋଲିସ ଅଫିସରଙ୍କୁ ଏମିତି ନିନ୍ଦନୀୟ ବୟାନ ଦେଇ ପାରିବୁ ନାହିଁ।

ଅଫିସର ଜଣକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏମିତି ମିଛ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ହିଁ ଏହି ପ୍ରକାରର  ହୀନ ରାଜନୀତି କରି ପାରନ୍ତି। ଆମେ ଗୁରୁ ନାନକ ଓ ଶିଖ ସମୁଦାୟକୁ ବହୁତ  ସମ୍ମାନ କରୁ। ସେମାନେ ଦେଶ ସ୍ଵାଧୀନତା ନିଜର ବଳିଦାନ ଦେଇଛନ୍ତି। କିନ୍ତୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ଶୁଭେନ୍ଦୁ  ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.