ସନ୍ଦୀପ ନାହର ଆତ୍ମହତ୍ୟା ମାମଲାରେ ପତ୍ନୀ କଞ୍ଚନ ଶର୍ମା ଓ ଶାଶୁଙ୍କ ବିରୋଧରେ ମାମଲା ରୁଜ୍ଜୁ

Published By : Prameya-News7 Bureau | February 17, 2021 IST

ମୁମ୍ବାଇ ୧୭/୦୨ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣିଥରେ ଶୋକର ଛାୟା ଖେଳିଯାଇଛି। ସୋମବାର ଦିନ ସୁଶାନ୍ତ ସିଂହ ରାଜପୁତ ଓ ଅକ୍ଷୟ କୁମାରଙ୍କ ଭଳି କଳାକାରଙ୍କ ସହ କାମ କରିଥିବା ସନ୍ଦୀପ ନାହରଙ୍କ ଦେହାନ୍ତ ହୋଇଛି। ତାଙ୍କ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମାମଲାରେ ପୋଲିସ ସନ୍ଦୀପ ନାହରଙ୍କ ପତ୍ନୀ କଞ୍ଚନ ଶର୍ମା ଓ ଶାଶୁ ବିରୋଧରେ ମାମଲା ରୁଜ୍ଜୁ କରିଛି।

ସନ୍ଦୀପ ନାହର ନିଜ ସୂଈସାଇଡ ନୋଟରେ ବିବାହିତ ଜୀବନରେ ଚାଲିଥିବା ସମସ୍ୟା ସମ୍ପର୍କରେ ଲେଖିଥିଲେ। ସନ୍ଦୀପ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ମୁମ୍ବାଇ ପୋଲିସ ଦେଖିବା ପରେ କଞ୍ଚନ ଶର୍ମା ଓ ଶାଶୁ ବିରୋଧରେ ମାମଲା ରୁଜ୍ଜୁ କରିଛି। କଞ୍ଚନ ଶର୍ମା ଓ ତାଙ୍କ ମା ବିରୋଧରେ ଆତ୍ମହତ୍ୟା ପାଇଁ ଉସୀକିବା ମାମଲା ରୁଜ୍ଜୁ କରାଯାଇଛି।

{"id":410236,"sizeSlug":"large","linkDestination":"none"}

ସାଇବର ସେଲ ଅଧିକାରୀ ସନ୍ଦୀପଙ୍କ ସୂଈସାଇଡ ଆତ୍ମହତ୍ୟା ଦେଖିବା ପରେ ତାକୁ ଟ୍ରେସ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନେବା ପୂର୍ବରୁ ସେ ଆତ୍ମହତ୍ୟା କରି ସାରିଥିଲେ।

ସନ୍ଦୀପ ଫେସବୁକରେ ସୂଈସାଇଡ ନୋଟ ପୋଷ୍ଟ କରିଥିଲେ। ଭିଡିଓ ସହ ପୋଷ୍ଟରେ ସେ ନିଜ ମନ କଥା ଲେଖିଥିଲେ। ସେ ଲେଖିଥିଲେ ତାଙ୍କୁ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ ।ଜୀବନରେ ଅନେକ ସୁଖ ଦୁଃଖ ସାମ୍ନା କରିଛନ୍ତି। ସବୁ ସମସ୍ୟାକୁ ସାମ୍ନା କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଯେଉଁ ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି ତାହା ଆଉ ସହି ପାରୁନାହାନ୍ତି। ଆତ୍ମହତ୍ୟା କରିବା ଭୀରୁତା କିନ୍ତୁ ବଞ୍ଚିବାରେ ଯଦି ଶାନ୍ତି ନାହିଁ ନାହିଁ, ଆତ୍ମସମ୍ମାନ ନାହିଁ ତାହେଲେ ଏମିତି ଜୀବନ ବଞ୍ଚି ଲାଭ ନାହିଁ ବୋଲି ସେ ପୋଷ୍ଟରେ କହିଥିଲେ। ସେ ନିଜ ପୋଷ୍ଟରେ କଞ୍ଚନ ଓ ଶାଶୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ। ସେ କହିଥିଲେ ଯେ କାଞ୍ଚନଙ୍କ ସହ ବିବାହ ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଛି। ସେ ଓ ତାଙ୍କ ମା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ସୂଈସାଇଡ ନୋଟରୁ ସ୍ପଷ୍ଟ ହୋଇଛି ଯେ ସେ ପତ୍ନୀ ଓ ଶାଶୁଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.