ପୁଷ୍ପା ଷ୍ଟାଇଲ୍ରେ ହେଉଥିଲା ଚାଲାଣ, ୨ କୋଟିର ରକ୍ତ ଚନ୍ଦନ କାଠ ଜବତ, ୧୧ ଗିରଫ
7/09/2022 at 8:59 PM

ଗଜପତି, ୦୭/୦୯: ପୁଷ୍ପା ସିନେମା ଷ୍ଟାଇଲରେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ୍ । ଓଡ଼ିଶାରୁ ଚେନ୍ନାଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛନ୍ତି ମୂଲ୍ୟବାନ କାଠ ଚୋର । ୪୦୭ ଟ୍ରକ ଯୋଗେ ଏହି ଚାଲାଣ ହେଉଥିଲା । ଆନ୍ଧ୍ର ପୋଲିସ ଦ୍ବାରା ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ କରାଯାଇଥିବା ବେଳେ ଏହି ଚାଲାଣରେ ଜଡ଼ିତ ୧୧ ଜଣଙ୍କୁ ଗିରଫ କରାଯାଇଛି । ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ତିନି ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବେ ଜଷ୍ଟିସ୍ ଜେ.ପି ଦାସ
7 February 2023