ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ,୩ ଗିରଫ : କାରରେ ବ୍ରହ୍ମପୁରକୁ ହେଉଥିଲା ଚୋରା ଚାଲାଣ

Published By : Prameya-News7 Bureau | September 13, 2020 IST

ମୋହନା ୧୩।୦୯: ଚନ୍ଦ୍ରଗିରିରୁ ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରୁ ୮୦ କେଜି ଚନ୍ଦନ କାଠ ଜବତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ଛେଳିଗଡ଼ ଅଞ୍ଚଳରୁ ବ୍ରହ୍ମପୁର ସହରକୁ ଚାଲାଣ କରାଯାଉଥିବା ବେଳେ ମୋହନା ଥାନା ପୋଲିସ ଗୋଟିଏ କାରରୁ ୮୦ କେଜି ଚନ୍ଦନ କାଠ ଜବତ କରିଛି ।

{"id":328899,"sizeSlug":"large"}

ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩୯ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ପୋଲିସ ଜବତ ଜିନିଷ ଏବଂ ୩ ଅଭିଯୁକ୍ତଙ୍କୁ  ବନବିଭାଗକୁ ହସ୍ତାନ୍ତର କରିଛି । ଜବତ ଚନ୍ଦନ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.