scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନକଲି ଫର୍ମ ଦ୍ୱାରା ବାଲି ଚୋରାଚାଲାଣ ମାମଲା, ୨ ଅଭିଯୁକ୍ତଙ୍କ ଘରେ ପୋଲିସ୍‌ର ଚଢ଼ଉ

3/11/2023 at 10:22 PM

ବ୍ରହ୍ମପୁର: ନକଲି ୱାଇ-ଫର୍ମ ଜରିଆରେ ବାଲି ଚେରା ଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ଗଞ୍ଜାମ ପୋଲିସ୍। ଗଞ୍ଜାମ ତହସିଲ ଅନ୍ତର୍ଗତ ଆଲିଆବାଦ ବାଲୁଘାଟରୁ ନକଲି ୱାଇ ଫର୍ମ (ଟ୍ରାନଜିଟ ପାସ) ଜରିଆରେ ବାଲି ଚୋରା ଚାଲାଣ ନେଇ ଜଣାପଡ଼ିଥିଲା।

ଏହି ଘଟଣାକୁ ନେଇ ଗଞ୍ଜାମ ଥାନାରେ ଗତ ୨୬ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଆଲିଆବାଦ ବାଲୁଘାଟର ପଟ୍ଟାଦାର ବା ଲିଜଧାରୀ କୃପାସିନ୍ଧୁ ମୁଦୁଲିଙ୍କ ସମେତ ସହଯୋଗୀ ଗୋଷ୍ଣଚନ୍ଦ୍ର ପାଢ଼ୀ ଓ ମଙ୍ଗରାଜ ବେହେରାଙ୍କ ନାଁ ରହିଥିଲା। ଅଭିଯୋଗ ହୋଇଥିଲା ଏମାନେ ଶେରଗଡ଼ ତହସିଲଦାରଙ୍କ ଦସ୍ତଖତକୁ ଜାଲିଆତି କରି ନକଲି ୱାଇ ଫର୍ମ ଜରିଆରେ ବାଲି ଚାଲାଣ ହେଉଥିଲା। ଏହି ଘଟଣାକ୍ରମରେ ପୋଲିସ୍‌ ପ୍ରଥମେ ସହଯୋଗୀଙ୍କୁ ଧରି ଲୋଚାପଡ଼ା ନିକଟରେ ଥିବା ମୁଦୁଲିଙ୍କ ଘରେ ପହଞ୍ଚି ତଦନ୍ତ କରିଛି।

ଆହୁରି ପଢ଼ନ୍ତୁ: ନିଶା ମାଫିଆଙ୍କ ବିରୋଧରେ ଆକ୍ସନ ଜୋରଦାର, ଅପରାଧକୁ ନିୟନ୍ତ୍ରଣ କରିବାକୁ ‘ସେଫ୍ ସିଟି’ ଡ୍ରାଇଭ୍

   Related Posts