suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଥମୁନି ସୋନନଦୀରୁ ବାଲି ଚୋରି, ପୋଲିସ କର୍ମଚାରୀଙ୍କ ଅଭାବ ମାଫିଆଙ୍କୁ ଦେଉଛି ଫାଇଦା

26/09/2020 at 9:17 PM

ନୀଳଗିରି,୨୬/୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀର ବିଭିନ୍ନ ସ୍ଥାନରେ ବାଲି ଚୋରି କ୍ରମଶଃ ବୃଦ୍ଧି ପାଉଛି। ପର୍ଯ୍ୟାପ୍ତ ପରିମାଣରେ ପୋଲିସ ନଥିବାରୁ ରାଜସ୍ୱ ବିଭାଗ ନିରାଶ ହୋଇଥିବା ବେଳେ ନିଜର ପାରୁ ପର୍ଯ୍ୟନ୍ତ ତହସିଲଦାର ଚଢ଼ାଉ ଜାରି ରଖିଛନ୍ତି। ଶନିବାର ସକାଳୁ ତହସିଲଦାର ଆତର୍କିତ ଚଢ଼ାଉ କରି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବାରେ ସଫଳ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲାରୁ ପ୍ରବାହିତ ହୋଇ ଆସିଥିବା ସୋନ ନଦୀରେ ଚଳିତ ବର୍ଷ ବନ୍ୟା ପାଣି ଆସିଥିବାରୁ ବିପୁଳ ପରିମାଣରେ ବାଲି ଗଛିତ ରହିଛି। କାଠପାଳ ଓ କୋଲହାପାଳ ଠାରେ ବାଲି ମାଫିଆ ମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ରାତିରେ ଶହ ଶହ ଟ୍ରିପ ବାଲି ଆଣି ବିଭିନ୍ନ ସ୍ଥାନରେ ଗଛିତ ପରେ ଭୋର ସମୟରେ ଟ୍ରକ ଓ ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ବାଲି ମାଫିଆଙ୍କୁ ସହଯୋଗ କରୁଛନ୍ତି ସେହି ଅଂଚଳର କିଛି ଗ୍ରାମବାସୀ। ମହିଳା ଓ ପୁରୁଷ ମାନେ ଏକ ଟିମ୍ ବନାଇ ମାଫିଆଙ୍କୁ ଚୋରି କରିବାରେ ସହାୟତା କରୁଥିବା ବେଳେ ଏଥିପାଇଁ ପ୍ରତି ବାଲି ଟ୍ରିପରୁ ନେଇଥାନ୍ତି କମିଶନ। ଦିନକୁ ଏଥିପାଇଁ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ମିଳି ଯାଉଥିବା ବେଳେ ଏହାକୁ ଆପୋଷ ଭାଗ କରିନେଇଥାନ୍ତି। କୈଣସି ଅସୁବିଧା ଆସିଲେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ହାତରେ ଠେଙ୍ଗା ,ମାରଣାସ୍ତ୍ର ଧରି ବାଲି ମାଫିଆ ଙ୍କୁ ସୁରକ୍ଷା ଦେବାକୁ ଆସିଥାନ୍ତି। ଏକତ୍ରିତ ହୋଇ ପ୍ରଶାସନ ଉପରେ ଚାପ ସୃଷ୍ଟି ମଧ୍ୟ କରିଥାନ୍ତି।ଏତେ ସଂଖ୍ୟଙ୍କ ଗ୍ରାମବାସୀଙ୍କୁ ମୁକାବିଲା କରିବା ପାଇଁ ପୋଲିସର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାପ୍ତ ପୋଲିସ ନଥିବାରୁ ବାଲି ମାଫିଆ ରାତିରେ ଅଧିକ ସକ୍ରିୟ ହୋଇ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଲୁଟ କରୁଥିବାର ଜଣାପଡିଛି।

ରାତିସାରା କାଠପାଳ ଓ କୋଲହାପାଳ ଠାରେ ବାଲି ଚୋରି ଚାଲିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ନଥିବାରୁ ବାଲି ମାଫିଆଙ୍କୁ ମୁକାବିଲା କରିବା ଅସମ୍ଭଵ ମନେକରି ଆଜି ଭୋର ସମୟରେ କାଂଶ ପଂଚାୟତ ଅଧିନ କୋଲହାପାଳ ଠାରେ ତହସିଲଦାର କିଛି ପୋଲିସ ଫୋର୍ସ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ପହଁଞ୍ଚିବା ବେଳକୁ କିଛି ବାଲି ବୋଝେଇ ଟ୍ରାକ୍ଟର ସେଠାରୁ ଖସି ପଳାଇ ଯାଇଥିଲେ।ତେବେ ଦୁଇଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ତାଙ୍କ ଠାରୁ ୨୨ ହଜାର ୬୦୦ ଟଙ୍କା ଜୋରିମାନା  ଘଟଣା ସ୍ଥଳରୁ ଧାର୍ଯ୍ୟ କରାଯାଇଛି।ତେବେ ସ୍ୱଳ୍ପ ଜୋରିମାନା ପାଇଁ ବାଲି ମାଫିଆ ଚୋରି କରିବା ନେଇ ଖାତିର କରୁନଥିବା ସୂଚନା ମିଳିଛି।

   Related Posts