ସୋନ ନଦୀରେ ମାତିଛନ୍ତି ମାଫିଆ, କୋଟି କୋଟି ଟଙ୍କାର ବାଲି ଚୋରି
7/12/2022 at 11:57 AM

ନୀଳଗିରି ୦୭।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀ କାଠପାଳ ଠାରେ ମାତିଛନ୍ତି ବାଲି ମାଫିଆ। ମଧ୍ୟରାତ୍ରିରୁ ସକାଳ ୭ଟା ପର୍ଯ୍ୟନ୍ତ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଆଖପାଖ ଅଞ୍ଚଳରେ ଗଛିତ କରି ରଖୁଛନ୍ତି ବାଲି ମାଫିଆ। କିଏ ଇଟା ଭାଟିରେ ରଖୁଛି ତ ଆଉ କିଏ ଗାଁ ଭିତରେ ରଖୁଛି। ଗଛିତ ବାଲିକୁ ବଡ଼ ବଡ଼ ଟ୍ରକରେ ଲୋଡ କରି ବାହାରକୁ ଚାଲାଣ ହେଉଛି। ହେଲେ ସବୁ ଦେଖିବି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।
କିଛିଦିନ ପୂର୍ବରୁ ଦିନରେ ବାଲି ଚୋରି ହେଉଥିବାରୁ ଗ୍ରାମବାସୀମାନେ ତେଜିବାରୁ ଏବେ ମାଫିଆ ରାତିର ବାଲି ଚୋରି କରୁଛନ୍ତି। ଏନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ। ଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ ନକଲେ କୋଟି କୋଟି ଟଙ୍କା ଆଗକୁ ରାଜସ୍ୱ ହାନି ହେବାର ଆଶଙ୍କା ଘାରିଛି।