ବନ କର୍ମଚାରୀଙ୍କୁ ଚୋରା ବାଲି ମାଫିଆଙ୍କ ଆକ୍ରମଣ, ଥାନାରେ ଅଭିଯୋଗ

Published By : Prameya-News7 Bureau | November 18, 2023 IST

କାମାକ୍ଷାନଗର ୧୮।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ବିଟ୍‌ର ଫରେଷ୍ଟରଙ୍କୁ ବାଲି ମାଫିଆଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ହାତୀ ଜଗୁଆଳିଙ୍କୁ ଆକ୍ରମଣ । ବନ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଲିଖିତ ଅଭଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ବନ ବିଭାଗର କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ରାମିଆଳ ନଦୀର ଚୋରା ବାଲିଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଲି ଟ୍ରାକ୍ଟରଟିକୁ ଚାଳକ ନେଇ ଫେରାର ହୋଇଯାଇଥିଲା । ସେଠାରେ ଦୁଇ ଜଣ ବାଲି ମାଫିଆ ଫରେଷ୍ଟର ସରୋଜ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ହାତୀ ଜଗୁଆଳୀ ଅଭିମନ୍ୟୁ ରାଉତଙ୍କୁ ଧକ୍କା ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଦୁଇ ମାଫିଆ । ଏନେଇ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଜିରାଳ ଗ୍ରାମର ବାଲି ମାଫିଆ ତପନ ଦାସ ଓ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/leopard-spotted-in-panchupali-village-of-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/leopard-spotted-in-panchupali-village-of-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.