ମାଫିଆଙ୍କ ଭୁସ୍ବର୍ଗ ପାଲଟିଛି ବୈତରଣୀ ନଦୀ : ବୋଟ ଲଗାଇ ଲୁଟ ହେଉଛି ଟନ୍ ଟନ୍ ବାଲି
17/11/2019 at 9:45 AM

କେନ୍ଦୁଝର ୧୭/୧୧: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହରପଡା ତହସିଲ ଅଧୀନରେ ଥିବା ବୈତରଣୀ ନଦୀପଠା ଏବେ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ମାଫିଆମାନେ ଦିନ ଦ୍ବିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ନଦୀ ଭିତରେ ବୋଟ ଲଗାଇ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରି ହାଇୱା ସାହାଯ୍ୟରେ ଲୁଟ କରୁଛନ୍ତି।

ପ୍ରତ୍ୟେକ ଦିନ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ତହସିଲ କତ୍ତୃପକ୍ଷ ସବୁ ଜାଣି ନଜାଣିଲା ପରି ଚୁପ ବସିବା ସହ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

ଘଟଣା ସମ୍ପର୍କରେ ଆମେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଙ୍କର ମତାମତ ନେବାରୁ ବାଲି ଲୁଟ ଘଟଣା ସମ୍ପର୍କରେ ଜାଣି ନଥିବା କହିଥିବା ବେଳେ ବେଆଇନ ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହିତ ବାଲି ଚୋରା ଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି।
