ଓଭରଲୋଡିଂ ପାଇଁ ବଡ ଧରଣର ଫାଇନ୍, ଲକ୍ଷେ ଟଙ୍କା ତଣ୍ଡ ଗଣିଲା ବାଲି ଗାଡି
24/03/2023 at 5:46 PM

ଭଦ୍ରକ ୨୪।୩: ଓଭରଲୋଡିଂ ପାଇଁ ଲାଗିଲା ବଡ ଧରଣର ଫାଇନ । ଭଦ୍ରକ ଜିଲ୍ଲା ତିହିଡି ପୋଲିସ ଷ୍ଟେସନ ପାଖ ଦେଇ ଏକ ବାଲି ବୋଝେଇ ହାଇଓ୍ବା ଯାଉଥିବା ସମୟରେ ତାକୁ ଅଟକାଇ ଯାଞ୍ଚ କରିଥିଲେ ତିହିଡି ତହସିଲଦାର । ଓଡି ୨୨କ୍ୟୁ ୮୪୮୫ ନମ୍ବର ବିଶିଷ୍ଟ ଏକ ହାଇଓ୍ବା ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ସମୟରେ ତାକୁ ଅଟକାଇ ଥିଲେ ତିହିଡି ତହସିଲଦାର ପ୍ରତୀକ ସାହୁ । ଯାଞ୍ଚ ପରେ ଓଭରଲୋଡିଂ ପାଇଁ କରିଥିଲେ ୧ ଲକ୍ଷ ଟଙ୍କା ଫାଇନ । ଗାଡି ସମେତ ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଗାଡି ମାଲିକ ଘଟଣାସ୍ଥଳରେ ପହଞ୍ଚି ୧ ଲକ୍ଷ ଜରିମନା ଦେଇ ଗାଡି ନେଇଯାଇଥିବା ତିହିଡି ପୋଲିସ ସୂଚନା ଦେଇଛି ।