Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛାତ୍ରଙ୍କୁ ଧକ୍କା ଦେଇ ଓଲଟି ପଡିଲା ବାଲି ବୋଝେଇ ଟିପ୍ପର, ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି

13/09/2023 at 11:20 AM

ଆନନ୍ଦପୁର ୧୩।୯: ଛାତ୍ରଙ୍କୁ ଧକ୍କା ଦେଇ ଓଲଟିଲା ବାଲି ବୋଝେଇ ଟିପ୍ପର । ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଚଣ୍ଡାଳୀ ଛକ ନିକଟରେ ଜଣେ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇ ଓଲଟି ପଡିଛି ବାଲି ବୋଝେଇ ଟିପ୍ପର । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଛାତ୍ର ବ୍ରାହ୍ମଣୀଦା ଗାଁର ରାଜେନ୍ଦ୍ର କୁମାର ଦେହୁରୀ । ତାଙ୍କୁ ପ୍ରଥମେ ସାଇଁକୂଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଦୁର୍ଘଟଣାରେ ଓଲଟି ପଡିଥିବା ଟିପ୍ପରର ମୋବିଲ୍ ଚ୍ୟାମ୍ବର ଫାଟିଯିବାରୁ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଟିପ୍ପର ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।

You Can Read :

   Related Posts