scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାକସିନ୍ ପାଇଁ ‘ବାଲି’ ଅଡୁଆ : ସାରା ବିଶ୍ୱରେ ବାଲି ଅଭାବ ପାଇଁ ବାଧାପ୍ରାପ୍ତ ହେବ କାଚର ଭାକସିନ୍ ଭାଏଲ ତିଆରି

7/03/2021 at 10:16 AM

ନୂଆଦିଲ୍ଲୀ,୦୭/୦୩:  ବିଶ୍ୱରେ ଦେଖେଦେଉଚି ବାଲିର ଭୟଙ୍କର ଅଭାବ। ଜଳ ପରେ ବାଲି ହିଁ ବିଶ୍ୱରେ ବ୍ୟବହାର ହେଉଥିବା ଦ୍ୱିତୀୟ ପଦାର୍ଥ । ଏବେ କିନ୍ତୁ ବାଲିର ଅଭାବ ପରିଲକ୍ଷିତ ହୋଇଛି । ଏପରିକି ଆମେରିକାରେ ମାତ୍ର ୧୦୦୦ରୁ କମ୍ ଖଣି ବାକି ରହିଛି । ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

ପ୍ରାୟ ୫୦ ବିଲିୟନ ଟନ୍ ବାଲି ପ୍ରତିବର୍ଷ ଘର ତିଆରିରେ ବ୍ୟବହାର ହୁଏ । ଏବେ ଏହା ଆହୁରି ହ୍ରାସ ପାଇବ । କାରଣ କରୋନା ଭାକସିନ୍ ରଖିବା ପାଇଁ ଯେଉଁ କାଲ ଭାଏଲର ଆବଶ୍ୟକ ତାହା ବାଲିରୁ ପ୍ରସ୍ତୁତ ହୁଏ । ୨୦୨୧ସୁଦ୍ଧା ୨ ବିଲିୟନ ଭାଏଲସ୍ ଦରକାର । ଏହି ସଂଖ୍ୟା ଆହୁରି ବଢିପାରେ। କାରଣ ବିଶ୍ୱରେ ଜନସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି ।

କାଚର ଆବଶ୍ୟକତା ମୋବାଇଲ ଫୋନଠାରୁ ଆରମ୍ଭ କରି ଘର ତିଆରି ପର୍ଯ୍ୟନ୍ତ ରହିଛି । ଏହି କାଚ ପ୍ରସ୍ତୁତ ପାଇଁ ବାଲିର ଆବଶ୍ୟକତା ରହିଥାଏ । ବାଲି ବା ସିଲିକାରୁ କାଚ ତିଆରି ହୁଏ । ପାଣିପାଗବିତ ପାସକାଲ୍ ପେଦୁଚି କହିଛନ୍ତି ଯେ, ବାଲି ସବୁ ସ୍ଥାନରେ ରହିଥିବା ସମସ୍ତଙ୍କୁ ଲାଗୁଛି । କିନ୍ତୁ ଏହା ଥିରେଧିରେ ସରିବାକୁ ଲାଗିଲାଣି । ଆଉ କିଛି ବର୍ଷ ପରେ ବାଲିର ଗୋର ସଙ୍କଟ ଦେଖାଦେବ । କାରଣ ଆମେ ଭବିଷ୍ୟତ କଥା ଚିନ୍ତା କରୁନାହୁଁ । ବାଲି ଯୋଗାଣ ଓ ଜମିକୁ ନେଇ ବିଭିନ୍ନ ଯୋଜନାରେ ସମସ୍ୟା ଅଛି ।

ଆହୁରି ମଧ୍ୟ କୁହାଯାଉଛି ଯେ, ବିଶ୍ୱରେ ଗତ ୨୦ ବର୍ଷରେ ବାଲିର ବ୍ୟବହାର ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ୨ ବର୍ଷରେ ଅଧିକାଂଶ ନଦୀକୁ ପୋତି ପକାଇବ । ମରୁଭୂମିରେ ମିଳୁଥିବା ବାଲି ବହୁତ ହାଲୁକା । ଏହାକୁ ଘର ନିର୍ମାଣରେ ବ୍ୟବହାର କରାଯାଇ ପାରିବ ନାହିଁ । ଗବେଷକଙ୍କ କହିବାନୁସାରେ, ବାଲିର ବିକଳ୍ପ ବାବଦରେ ଏବେଠାରୁ ଚିନ୍ତା କରିବା ଆବଶ୍ୟକ । ପାଉଁଶ, କୃଷି ଉତ୍ପାଦର ବର୍ଜ୍ୟବସ୍ତୁ ଆଦି ବିକଳ୍ପ ଭାବେ ଉଭା ହୋଇପାରିବ ।

ସୁସନ୍ ବର୍ଣ୍ଣେଲ୍ କହିଛନ୍ତି ଯେ, ନିର୍ମାଣକାରୀ ସଂସ୍ଥା ମାନେ କେବେବି ବାଲିର ବିକଳ୍ପ ବ୍ୟବହାର କରିବେ ନାହିଁ । କାରଣ ସିମେଣ୍ଟ ପାଇଁ ବାଲି ଆବଶ୍ୟକ । ଏହା ଦ୍ୱାରା ଘର ମଜବୁତ ହେବା ସହ ଘରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ନଥାଏ । ଫାଇଭ୍ ଥାର୍ଟିଏଇଟ୍. କମର ରିପୋର୍ଟ ଅନୁସାରେ, କାଚ ନିର୍ମାଣ ପାଇଁ ମୁଖ୍ୟ ଆବଶ୍ୟକତା ହେଉଛି ବାଲି । କରୋନା ମହାମାରୀ ବେଳେ କାଚର ଅଭାବ ଦେଖିବାକୁ ମିଳିଛି । କାଚ ଭାଏଲରେ ଭାକସିନ୍ ରଖାଯାଏ । ଆଗାମୀ ୨ ବର୍ଷରେ ବିଶ୍ୱକୁ ପ୍ରାୟ ୨ ବିଲିୟନ ଭାଏଲଲ୍ସ ଦରକାର । ଜନସନ୍ ଆଣ୍ଡ ଜନସନ୍ ଏବେସୁଦ୍ଧା ୨୫୦ ମିଲିୟନ ଗ୍ଲାସ ଭାଇଆଲ୍ସ ତିଆରି କରି ସାରିଛି । ପରେ ଆଉ ୨୦୦ ମିଲିୟନ ଭାଏଲଲ୍ସ କମ୍ପାନୀ ତିଆରି କରିବ ।

କମ୍ପାନୀର ମୁଖ୍ୟଙ୍କ କହିବାନୁସାରେ, ବିଶ୍ୱ ମହାମାରୀ ବେଳେ ସମସ୍ତ ଏକଜୁଟ ହୋଇ କାମ କରୁଛନ୍ତି । ସେମାନେ ଭାଏଲର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ କମ୍ପାନୀ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

   Related Posts