ବାଲୁକା ଶୀଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି: ୧୦୦ ବସ୍ତା ଧାନ କୁଣ୍ଡାରେ ତିଆରି କଲେ ହକି ବିଶ୍ୱକପ୍
12/01/2023 at 10:07 PM

ସୁବର୍ଣ୍ଣପୁର ୧୨/୦୧: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି ତିଆରି କରିଛନ୍ତି ବାଲୁକା ଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସାରା ବିଶ୍ୱରେ ପ୍ରଥମ ଥର ପାଇଁ ଧାନ କୁଣ୍ଡାରେ ଏପରି ହକି ବିଶ୍ୱକପର ଆକୃତୀ ତିଆରି କରଯାଇଛି। ଏହି କଳାକୃତି ପାଇଁ ୧୦୦ ବସ୍ତା ଧାନ କୁଣ୍ଡା ଆବଶ୍ଯକ ହୋଇଥିଲା। ୪ ହଜାର ୬୮୨ ସ୍କେରମିଟର ଜାଗାରେ ଏହି ପ୍ରତିକୃତିକୁ ସୁଦର୍ଶନ ପଟ୍ଟନାୟକଙ୍କ ଟିମ ତିଆରି କରିଛନ୍ତି। ଏହି କଳାକୃତିକୁ ବିଶ୍ୱ ରେକର୍ଡରେ ସ୍ଥାନ ଦେବା ପଇଁ ଚେଷ୍ଟା କରାଯିବ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଫିତାକଟି ଏହକୁ ଉଦଘାଟନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାରୁ ଏଠାରେ ଧାନ କୁଣ୍ଡାରେ ଏହି କଳାକୃତି କରି ସାରା ବିଶ୍ୱକୁ ବାର୍ତ୍ତା ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଠା ପାଇଁ ଓଡିଶାରେ ଦ୍ୱୀତିୟ ଥର ଏହି ବିଶ୍ୱକପ ସୁରୁଖୁରୁରେ ଆୟୋଜ ହେବ ଓ ସାରା ବିଶ୍ୱ ଦେଖିବ ବୋଲି ବୀରମହାରାଜପୁର ବିଧାୟକ କହିଛନ୍ତି।