ବିରଳ କଳାକୃତି: ଆଖିରେ ଆଙ୍କିଲେ ଭାରତ ମାନଚିତ୍ର, ଏସିଆ ବୁକ୍‌ ଅଫ୍ ରେକର୍ଡରେ ପାଇଲା ସ୍ଥାନ

Published By : Prameya-News7 Bureau | September 23, 2023 IST

ବ୍ରହ୍ମପୁର,୨୩/୯:  ଏସିଆ ବୁକ୍ ଅଫ୍ ରେକର୍ଡର୍ସରେ ବାଲୁକା ଶିଳ୍ପୀ ସତ୍ୟଙ୍କ ବିରଳ କଳାକୃତି। ବ୍ରହ୍ମପୁର ପାଇଁ ଆଣିଲେ ଗୌରବ। ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର।

{"align":"center","id":848282,"sizeSlug":"full","linkDestination":"none"}

ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ବିରଳ କଳାକୃତି। ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର।ଏହାର ଉଚ୍ଚତା ୨ ମିମି।ପେନସିଲ ମୁନରେ ଏହାକୁ ତିଆରି କରିଥିଲେ। ତିଆରି କରିବାକୁ ସତ୍ୟଙ୍କୁ ୪ମିନଟ ୫୭ ସେକେଣ୍ଡ ସମୟ ଲାଗିଥିଲା।

{"align":"center","id":848285,"sizeSlug":"large","linkDestination":"none"}

ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା। ଏସିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବା ପରେ ସତ୍ୟ ବହୁତ ଖୁସି ଥିବା କହିଛନ୍ତି। ପୂର୍ବରୁ ୧ମିମିରୁ କମ ତ୍ରିରଙ୍ଗା ତିଆରି କରିଥଲେ। ଏହା ସହ ୭୫ଟି କ୍ଷୁଦ୍ରତମ ପର୍ଯ୍ୟଟନ ସ୍ଥଳୀ ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ତିଆରି କରିଥିଲେ।

{"align":"center","id":848286,"sizeSlug":"full","linkDestination":"none"}

ସତ୍ୟ କଳାକୃତି କରି ଅନେକ ରେକର୍ଡସ୍ ହାସଲ କରିଛନ୍ତି। ୬୦ରୁ ଉର୍ଦ୍ଧ୍ୱ ରେକର୍ଡସ୍ ଅଧିକାରୀ ହୋଇଛନ୍ତି ସତ୍ୟ। ଏଭଳି ରେକର୍ଡର ଅଧିକାରୀ ହୋଇ ବ୍ରହ୍ମପୁର ପାଇଁ ଗୌରବ ଆଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.