ଦୀପାବଳି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ବେଳାଭୂମୀରେ ସ୍ୟାଣ୍ଡ ଆର୍ଟ
Published By : Prameya-News7 Bureau | November 07, 2018 IST
ପୁରୀ ୭|୧୧: ଦୀପାବଳି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମୀରେ ସ୍ୟାଣ୍ଡ ଆର୍ଟ କରିଛନ୍ତି । ସୁରକ୍ଷିତ ଓ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ଏହି ସ୍ୟାଣ୍ଡ ଆର୍ଟରେ ସଚେତନେତା ବାର୍ତ୍ତା ବାଣ୍ଟିଛନ୍ତି । ଦୀପାବଳି ଅବସରରେ ଶୁଭେଛା ଜଣାଇବା ସହ ଦୀପ ଜଳାଇବା ପାଇଁ ବାଲୁକା କଳାକୃତି ମାଧ୍ୟମରେ ସେ ଆହ୍ବାନ ଦେଇଛନ୍ତି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ଓ ୪ ଫୁଟ ଉଚ୍ଚ ବିଶିଷ୍ଟ ହୋଇଥିବା ବେଳ ଏଥିରେ ୨୦ ଟନ ବାଲି ବ୍ୟବହାର ହୋଇଛି ।