ବଡ଼ଦିନ ଓ ନୂଆବର୍ଷ ପାଇଁ ବାଲୁକା କଳା ପ୍ରଦର୍ଶନୀ, ପର୍ଯ୍ୟଟକଙ୍କୁ ‘Keep the beach clean’ର ବାର୍ତ୍ତା
25/12/2022 at 9:58 AM

ପୁରୀ ୨୫।୧୨ : ପବିତ୍ର ବଡଦିନ ଓ ନୂଆବର୍ଷ ଉପଲକ୍ଷେ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସ୍ୟାଣ୍ଡ ପାର୍କ ସହ ବାଲୁକା କଳା ପ୍ରଦର୍ଶନୀ। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ନିର୍ମିତ ସ୍ୟାଣ୍ଡ ଆର୍ଟ ପାର୍କକୁ ଦୁଇ ଦିନ ତଳେ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ।
ତେବେ ଏ ବର୍ଷ ୟୁରୋପିୟାନ ଢାଞ୍ଚାରେ ବାଲୁକା ମୂର୍ତ୍ତି ଗୁଡିକ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଏଠାରେ ସଚେତନତା ଭିତ୍ତିକ ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି। ପ୍ରସିଦ୍ଧ cartoon Moana and Maui ପୁରୀ ବେଳାଭୂମିକୁ ଆସି ପର୍ଯ୍ୟଟକମାନଙ୍କୁ “Keep the beach clean ” ର ବାର୍ତ୍ତା ଦେଉଛନ୍ତି। ଅନ୍ୟ ବାଲୁକା କଳାଟି ନାରୀ ଶସକ୍ତିକରଣ ଉପରେ ପଯ୍ୟବେଷିତ କରାଯାଇଛି। ଏଥିରେ “Battle against Evil” ର ବାର୍ତ୍ତା ଦେଇଛନ୍ତି ମାନସ ସାହୁ। ମାନସ ସାହୁଙ୍କ ଏହି ସ୍ୟାଣ୍ଡ ଆର୍ଟ ପାର୍କଟି ବର୍ଷ ସାରା ପର୍ଯ୍ୟଟକଙ୍କ ପାଇଁ ଉନ୍ମୋଚନ କରାଯାଇଥିବା ବେଳେ ସ୍ୟାଣ୍ଡ ଆର୍ଟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।