ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପୁରୀ ବେଳାଭୂମିରେ ଶ୍ରୀଗଜାନନଙ୍କ ସୁନ୍ଦର ବାଲୁକା ମୂର୍ତ୍ତି, ବାଲୁକା କଳା ମାଧ୍ୟମରେ ଦେଲେ “World Peace”ର ବାର୍ତ୍ତା,

31/08/2022 at 7:59 AM

ପୁରୀ ୩୧।୦୮: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଜାନନଙ୍କ ପୂଜା। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ “World Peace” ର ବାର୍ତ୍ତା ନେଇ ପ୍ରଭୁ ଗଜାନନଙ୍କର ଏକ ସୁନ୍ଦର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି।

ବିଘ୍ନ ହର୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳାରେ ସ୍ଥାପନା କରିବା ସହ ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ମାନସ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ବିଶ୍ୱରେ ଏବେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି। ତେବେ ସମସ୍ତ ଦେଶ ମଧ୍ୟରେ ବନ୍ଧୁତ୍ୱର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶଙ୍କ ପାଖରେ ମାନସ କାମନା କରିଛନ୍ତି। ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।

   Related Posts