ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ ବାଲିର ହକି ଷ୍ଟିକ୍, ବୁଧବାରଠୁ ଦେଖିବେ ସାଧାରଣଲୋକେ
10/01/2023 at 1:38 PM

କଟକ ୧୦।୦୧ : ଵାଲୁକା କଳା ମାଧ୍ୟମରେ ହକି ଵିଶ୍ବକପ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଵାକୁ ନିଆରା ପ୍ରୟାସ । ଵାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଟକ ଵାଲିଯାତ୍ରା ପଡିଆରେ ଥିବା କଟକ ଇନ କଟକ ଏନକ୍ଲୋଜରରେ ତିଆରି କରୁଛନ୍ତି ଵିଶ୍ବର ସର୍ଵଵୃହତ୍ ଵାଲିର ହକି ଷ୍ଟିକ୍।

ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ଶହେ ଟନ ବାଲିରେ ନିର୍ମାଣ ହୋଇଛି ଏହି ବାଲୁକା କଳା। ଏହି ହକି ଷ୍ଟିକର ଲମ୍ବ ରହିଛି ଶହେ ଫୁଟ। ଏହି ଵାଲୁକା କଳାରେ ରହିଛି ବିଶ୍ୱକପରେ ଭାଗନେଉଥିବା ସମସ୍ତ ଦେଶର ଜାତୀୟ ପତାକା। ଏହି ଵାଲୁକା କଳା ବୁଧବାର ସର୍ବ ସାଧାରଣଙ୍କ ନିମନ୍ତେ ଖୋଲାଯିବ।